Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଦିଲ୍ଲୀରେ କୁକୁରଙ୍କୁ ଖୁଆଉଛନ୍ତି ଅନୁଭବ, ଫଟୋ ଭାଇରାଲ

    Share on :
    ajab-Image
    Date: May 23, 2020    Views: 8656

    ଭୁବନେଶ୍ୱର : କେଉଁଠି ଅଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ?  କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାର ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରି ଜିଲ୍ଲାପାଳଙ୍କ ସହ ସମୀକ୍ଷା କରିବା ପରେ ଏଭଳି ପ୍ରଶ୍ନ ଉଙ୍କି ମାରିଛି  । ସୋସିଆଲ ମିଡ଼ିଆରେ ସମସ୍ତଙ୍କର ଗୋଟିଏ ପ୍ରଶ୍ନ କୁଆଡେ଼ ଗଲେ କେନ୍ଦ୍ରାପଡ଼ା ସାଂସଦ ? ତେବେ ଏହାରି ଭିତରେ ଦୁଇଟି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି  । ଗୋଟିଏ ଫଟୋରେ ଅନୁଭବ ନିଜ ବାପାଙ୍କ ଦାଢ଼ି ଓ ନିଶ କାଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହାକୁ ନେଇ ସୋସିଆଲ ମିଡ଼ିଆରେ ଅନୁଭବଙ୍କ ସମାଲୋଚକମାନେ ଟ୍ରୋଲ କରୁଛନ୍ତି  । ଅପରପକ୍ଷରେ ଏବେ ଅନୁଭବ କୁକୁରମାନଙ୍କୁ ଖୁଆଉଥିବାର ଏକ ଫଟୋ ଭାଇରାଲ ହେବାରେ ଲାଗିଛି  । ସାମ୍ବାଦିକ ଦିଲୀପ କୁମାର ରାଉତ ଏହି ଫଟୋ ଛାଡ଼ି ଉଲ୍ଳେଖ କରିଛନ୍ତିଯେ, ଦିଲ୍ଲୀରେ କୁକୁର ସେବା କରୁଛନ୍ତି ଆମ କେନ୍ଦ୍ରାପଡ଼ା ସାଂସଦ  । ଅନ୍ୟ କେତେଜଣ ମଧ୍ୟ ସେଭଳି ଫଟୋ ଛାଡ଼ି ଅନୁଭବଙ୍କୁ ସମାଲୋଚନା କରୁଛନ୍ତି । ଗୋଟିଏ ପଟେ କେନ୍ଦ୍ରାପଡ଼ାରେ ବାତ୍ୟା ଦ୍ୱାରା ଲୋକେ ପ୍ରଭାବିତ ହୋଇଥିବାବେଳେ ଏଯାଏଁ ଅନୁଭବ କେନ୍ଦ୍ରାପଡ଼ା ମାଡ଼ିନାହାନ୍ତି । ଯାହାକୁ ନେଇ ଅନେକ ଅନୁଭବଙ୍କୁ କଟାକ୍ଷ ମଧ୍ୟ କରୁଛନ୍ତି  । ତେବେ ଏହି ଫଟୋ କେବେକାର ତାହା କିନ୍ତୁ ସ୍ପଷ୍ଟ ହୋଇପାରିନାହିଁ  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook