ମୁଖ୍ୟ ଖବର
ଭୁବନେଶ୍ୱର: ପୁଣି ଅଡ଼ୁଆରେ ଅନୁଭବ । ଏକ ବୈଦୁ୍ୟତିକ ଗଣମାଧ୍ୟମର କର୍ତ୍ତ୍ୟବରତ ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ସ୍ୱର ତେଜିବାରେ ଲାଗିଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ସର୍ବସମ୍ମୁଖରେ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିଛନ୍ତି । କେବଳ ଦୁର୍ବ୍ୟବହାର ନୁହେଁ, ନ୍ୟୁଜ୍କୁ କଦର୍ଥ କରୁଛ ବୋଲି ଆକ୍ଷେପ କରିବା ସହ ତାଚ୍ଛଲ୍ୟ କରିଛନ୍ତି ଅନୁଭବ ମହାନ୍ତି । ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଭିଡ଼ି ନେବା ସହ ତାଳିମାରି ଅପମାନିତ କରିବାକୁ ବି ପଛାଇ ନାହାଁନ୍ତି । କେବଳ ଅନୁଭବ ନୁହେଁ, ତାଙ୍କର କିଛି ଅନୁଗତ ବି ଅନୁଭବଙ୍କ ସହ ସ୍ୱର ମିଳାଇଛନ୍ତି। ଅନୁଭବଙ୍କ ଏଭଳି ଆଚରଣକୁ ନେଇ ବିଭିନ୍ନ ମହଲରେ କଡ଼ା ନିନ୍ଦା କରାଯାଉଛି । ଖାଲି ଏତିକି ନୁହେଁ ତାଙ୍କ ବିରୋଧରେ ଆନେ୍ଦାଳନ ମଧ୍ୟ ଆରମ୍ଭ ହୋଇଛି । ଏଭଳି ଆଚରଣ ପାଇଁ ସାଂସଦ ଅନୁଭବ ମହାନ୍ତି ଦୁଃଖ ପ୍ରକାଶ କରିବା ଉଚିତ ବୋଲି ବରିଷ୍ଠ ସାମ୍ବାଦିକ ରବି ଦାସ, ରାଜାରାମ ଶତପଥୀ ଓ ପ୍ରସନ୍ନ ମହାନ୍ତି କହିଛନ୍ତି ।
ଅନ୍ୟପକ୍ଷରେ ସାଂସଦଙ୍କ ଏଭଳି ଆଚରଣ ପାଇଁ କେନ୍ଦ୍ରାପଡ଼ା ସାମ୍ବାଦିକ ସଂଘ ଓ ସିଭିଲ ସୋସାଇଟି ପକ୍ଷରୁ ଆନେ୍ଦାଳନ କରାଯାଇଛି । ସାମ୍ବାଦିକ ସଂଘର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅନୁଭବ ମହାନ୍ତି କ୍ଷମା ମାଗିବା ସହ ସାଂସଦ ପଦବରୁ ଇସ୍ତଫା ଦେବାକୁ ଦାବି କରିଛନ୍ତି । ଅନ୍ୟଥା ରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି । ଗତକାଲି ଏକ ବୈଦୁ୍ୟତିକ ଗଣମାଧ୍ୟମର କର୍ତ୍ତ୍ୟବରତ ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଅନୁଭବ ମହାନ୍ତି ଦୁର୍ବ୍ୟବହାର କରିଥିଲେ । ବୁମ ଠେଲି, ପାଖକୁ ଘୋଷାଡ଼ି ଆଣି ଅନୁଭବ ତାଙ୍କୁ ଦୁର୍ବ୍ୟବହାର କରିଥିଲେ ।
ଅନୁଭବଙ୍କ ଗତ କିଛି ଦିନ ତଳେ ନିଜ ଘର ସାମ୍ନାରେ କଟକରେ ଜଣେ ମହିଳା ସାମ୍ବାଦିକଙ୍କ ପ୍ରତି ଅଶାଳୀନ ବ୍ୟବହାର କରିଥିଲେ।
Comments ସମସ୍ତ ମତାମତ