Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅନୁଭବ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମହଲତ

    Share on :
    ajab-Image
    Date: Nov 7, 2019    Views: 596

    ଭୁବନେଶ୍ୱର: ଏକ ବୈଦୁ୍ୟତିକ ଗଣମାଧ୍ୟମର କର୍ତ୍ତ୍ୟବରତ  ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ସ୍ୱର ତେଜିବାରେ ଲାଗିଛି । ସାଂସଦ ଅନୁଭବ ମହାନ୍ତିଙ୍କ  ଦୁର୍ବ୍ୟବହାର ନେଇ ସାମ୍ବାଦିକମାନେ କଡ଼ା ପ୍ରତିବାଦ କରିଛନ୍ତି ।  ଭୁବନେଶ୍ୱରରେ ଗଣମାଧ୍ୟମ ପ୍ରତିନିଧିମାନେ ଏକାଠି ହୋଇ ଏହାର ପ୍ରତିବାଦ କରିଛନ୍ତି । ଖାଲି ସେତିକି ନୁହେଁ  ଅନୁଭବଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ  ଦାବି କରିଛନ୍ତି ।  ଆଉ ଏଥିପାଇଁ  ଗଣମାଧ୍ୟମ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୪  ଘଣ୍ଟାର ମହଲତ ଦେଇଛନ୍ତି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାଂସଦ କ୍ଷମା ମାଗିବାକୁ ଗଣମାଧ୍ୟମ ପ୍ରତିନିଧିମାନେ ଦାବି କରିଛନ୍ତି ।  ଦାବି ପୂରଣ ନହେଲେ  ବିଧାନସଭା ଏବଂ ଦରକାର ପଡ଼ିଲେ ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି । ଏଥିସହ  ଆସନ୍ତା ବିଧାନସଭାରେ ସାମ୍ବାଦିକ ସୁରକ୍ଷା ବିଲ ଆଣିବାକୁ ମଧ୍ୟ ଦାବି କରିଛନ୍ତି । 

    ପ୍ରକାଶ ଯେ,  ଗତ ମଙ୍ଗଳବାର ଏକ ବୈଦୁ୍ୟତିକ ଗଣମାଧ୍ୟମର କର୍ତ୍ତ୍ୟବରତ  ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ  ଅନୁଭବ ମହାନ୍ତି ଦୁର୍ବ୍ୟବହାର କରିଥିଲେ ।  ବୁମ ଠେଲି, ପାଖକୁ ଘୋଷାଡ଼ି ଆଣି ଅନୁଭବ ତାଙ୍କୁ ଦୁର୍ବ୍ୟବହାର କରିଥିଲେ ।  ଅନୁଭବଙ୍କ ଏଭଳି ଆଚରଣକୁ ନେଇ ବିଭିନ୍ନ ମହଲରେ କଡ଼ା ନିନ୍ଦା କରାଯାଉଛି । ଖାଲି ଏତିକି ନୁହେଁ ତାଙ୍କ ବିରୋଧରେ  ଆନେ୍ଦାଳନ ମଧ୍ୟ ଆରମ୍ଭ ହୋଇଛି ।  ଏଭଳି ଆଚରଣ ପାଇଁ ସାଂସଦ ଅନୁଭବ ମହାନ୍ତି ଦୁଃଖ ପ୍ରକାଶ କରିବା ଉଚିତ ବୋଲି ବରିଷ୍ଠ ସାମ୍ବାଦିକ ରବି ଦାସ, ରାଜାରାମ ଶତପଥୀ ଓ ପ୍ରସନ୍ନ ମହାନ୍ତି ଗତକାଲି କହିଥିଲେ । 

    ଅନ୍ୟପକ୍ଷରେ ସାଂସଦଙ୍କ ଏଭଳି ଆଚରଣ ପାଇଁ କେନ୍ଦ୍ରାପଡ଼ା ସାମ୍ବାଦିକ ସଂଘ ଓ ସିଭିଲ ସୋସାଇଟି ପକ୍ଷରୁ ଗତକାଲି ଆନେ୍ଦାଳନ କରାଯାଇଥିଲା । ସାମ୍ବାଦିକ ସଂଘର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।   ଅନୁଭବ ମହାନ୍ତି କ୍ଷମା ମାଗିବା ସହ ସାଂସଦ ପଦବୀରୁ ଇସ୍ତଫା ଦେବାକୁ ଦାବି କରିଥିଲେ ।  ଅନ୍ୟଥା ରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଥିଲେ । 

     

    Maximum 500 characters

    ତାଜା ଖବର View all

    Find Us on Facebook