Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ଚର୍ଚ୍ଚାରେ ଅନ୍ତରା

    Share on :
    ajab-Image
    Date: Nov 4, 2019    Views: 133

    ଲୋକପି୍ରୟ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ସମ୍ପ୍ରତି ଓଡ଼ିଶା ପାଇଁ ଆଣିଦେଇଛନ୍ତି ଗୌରବ । ଚଳିତ ପୂଜା ସିଜିନରେ ସେ ଚାରିଟି ଆଞ୍ଚଳିକ ଭାଷାର ଚଳଚ୍ଚିତ୍ରରେ କଣ୍ଠଦାନ କରିବାର ଗୌରବ ଅର୍ଜନ କରିଛନ୍ତି । ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ‘ପୁଷ୍କର ଲଜ୍’ ମୁକ୍ତିଲାଭ କରିଛି ଯାହାକୁ ପ୍ରଯୋଜନା କରିଛନ୍ତି ସୁଧାର ପ୍ରଡକ୍ସନ ଓ ସଙ୍ଗୀତ ନିଦେ୍ର୍ଧଶନା ଦେଇଛନ୍ତି ଡ.ଉରାଲି । ସେହିପରି ବଙ୍ଗଳା ଭାଷାରେ ମୁକ୍ତିଲାଭ କରିଛି ଫିଲ୍ମ ‘ଏକ ମୁଠୋ ରୋଦୁରୀ’ । ଏ ରୋଜ୍ ପ୍ରଯୋଜନା ସଂସ୍ଥାରେ ଅନ୍ତରା ବଲିଉଡ ସିଙ୍ଗର ଶାନଙ୍କ ସହିତ ଏଥିରେ ଶୀର୍ଷକ ସଙ୍ଗୀତରେ କଣ୍ଠଦାନ କରିଛନ୍ତି । ଏଥିରେ ସଙ୍ଗୀତ ନିଦେ୍ର୍ଧଶନା ଦେଇଛନ୍ତି ବମ୍ବେର ରିକି ଅରିନ୍ଦମ । ବନାନି ନିଦେ୍ର୍ଧଶିତ ଏହି ଫିଲ୍ମରେ ଅନ୍ତରାଙ୍କ ସହିତ କିମ୍ବଦନ୍ତୀ ଗାୟିକା ଆଶା ଭୋଁସଲେ, ଉଦିତ ନାରାୟଣ, ଶାନ, ଇରଫାନଙ୍କ ଭଳି କଣ୍ଠଶିଳ୍ପୀ ଅଛନ୍ତି । ଏହା ବ୍ୟତୀତ ଅନ୍ତରା ପ୍ରଥମ କରି ଛତିଶଗଡ଼ି ଫିଲ୍ମ ‘ଦହିୟାନ’ ରେ କଣ୍ଠଦାନ କରିଛନ୍ତି । ଯାହାର ସଙ୍ଗୀତ ନିଦେ୍ର୍ଧଶନା ଦେଇଛନ୍ତି ଭୀମସେନ । ଏ ବର୍ଷ ଦଶହରାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଫିଲ୍ମ ‘ମିଷ୍ଟର ମଜନୁ’ରେ ଅନ୍ତରା ଓ ସ୍ୱୟମ ପ୍ରଭାସ ଗାଇଥିବା ଗୀତ ତୁ ଚଞ୍ଚଳ ନଈ ଶ୍ରୋତାଙ୍କୁ ମୁଗ୍ଧ କରିଛି । ଯାହା ହେଉ ପୂଜା ସିଜିନରେ ଚାରି ଚାରିଟି ଭାଷାରେ ଗୀତ ଗାଇ ଅନ୍ତରା ଚର୍ଚ୍ଚିତ ହୋଇଛନ୍ତି ।

    Maximum 500 characters

    କଳା View all

    Find Us on Facebook