Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପିମ୍ପୁଡ଼ି କରିବ ଅସ୍ତ୍ରୋପଚାର

    Share on :
    ajab-Image
    Date: Feb 15, 2020    Views: 3731

    ଆମେରିକାସ୍ଥିତ ଜର୍ଜିୟା ଇନଷ୍ଟିଚୁ୍ୟଟ ଅଫ ଟେକ୍ନୋଲୋଜିର ବୈଜ୍ଞାନିକମାନେ ପିମ୍ପୁଡ଼ି ଆକାର ବିଶିଷ୍ଟ ଏକ ରୋବୋ ତିଆରି କରିଛନ୍ତି । ଅସ୍ତ୍ରୋପଚାରରେ ଏହା ସହାୟକ ହେବ ବୋଲି ସେମାନେ କହନ୍ତି । ଏହି ରୋବୋରେ ପେଜୋଇଲେକ୍ଟି୍ରକ ଆକୁ୍ୟଟର ବ୍ୟବହାର କରାଯାଇଛି  । ଏହା ଏକ କମ୍ପନ ସୃଷ୍ଟିକାରୀ ଉପକରଣ । ଏହାର କମ୍ପନ ଦ୍ୱାରା ରୋବୋ ସକି୍ରୟ ହୋଇ ନିଜ କାର୍ଯ୍ୟ ଆରମ୍ଭ କରେ । ଏହି ଥ୍ରୀଡି ରୋବୋର ଲମ୍ବ ୨ ମିଲିମିଟର । ମାଇକ୍ରୋମାକ୍ସିସ ଆଣ୍ଡ ମାଇକ୍ରୋ ଇଞ୍ଜିନିୟରିଂ ପତି୍ରକା ଅନୁସାରେ ଏହି ରୋବୋ ୧ ସେକେଣ୍ଡ ମଧ୍ୟରେ ୮ ମିଲିମିଟର ପରିମିତ ସ୍ଥାନକୁ ମାପି ନିଜ କାର୍ଯ୍ୟ କରିଥାଏ । ଅଲଟ୍ରାସାଉଣ୍ଡ ଓ ଭାଇବ୍ରେସନ ମାଧ୍ୟମରେ ରୋବୋକୁ ନିୟନ୍ତ୍ରଣ କରିହେବ । ଆକାର ଛୋଟ ହୋଇଥିବାରୁ ଶରୀରର ଯେ କୌଣସି ଅଙ୍ଗ ମଧ୍ୟରେ ଏହାକୁ ସହଜରେ ପ୍ରବୋ କରାଇ ହେବ ।

    Maximum 500 characters

    ବିଶେଷ View all

    Find Us on Facebook