Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ଇଣ୍ଡିଆନ୍ ଆଇଡଲ୍ରୁ ବିଦା ହେଲେ ଅନୁ ମଲ୍ଲିକ

    Share on :
    ajab-Image
    Date: Nov 22, 2019    Views: 363

    ମୁମ୍ବାଇ: ଦେଶର ଅନ୍ୟତମ ଲୋକପି୍ରୟ ସଂଗୀତଭିତ୍ତିକ ରିଅଲିଟି ଶୋ’ଇଣ୍ଡିଆନ ଆଇଡଲ’ ଜଜ୍ ପଦରୁ ସଙ୍ଗୀତ ନିଦେ୍ର୍ଧଶକ ଅନୁ ମଲ୍ଲିକ ଓହରି ଯାଇଛନ୍ତି । ଜାତୀୟ ମହିଳା କମିଶନ ସୋନି ଟିଭିକୁ ବିଭିନ୍ନ ନୋଟିସ୍ ପଠାଇବା ପରେ ଅନୁ ଜଜ୍ ପଦରୁ ଓହରି ଯାଇଛନ୍ତି । ତେବେ ଅନୁଙ୍କ ସ୍ଥାନରେ ଅନ୍ୟ କିଏ ଜଜ୍ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଇଣ୍ଡିଆନ୍ ଆଇଡଲରେ ଜଜ୍ ଭାବେ ଅନୁଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ପ୍ରଶ୍ନ ଉଠାଇଥିଲେ କଣ୍ଠଶିଳ୍ପୀ ସୋନା ମହାପାତ୍ର । କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ସୋନା ଏକ ଖୋଲା ଚିଠି ମଧ୍ୟ ଲେଖିଥିଲେ । ମନ୍ତ୍ରୀଙ୍କୁ ସୋନାଙ୍କ ଖୋଲା ଚିଠିକୁ ମହିଳା କମିଶନ ନିଜ ପକ୍ଷରୁ ବିଚାରକୁ ନେଇ ସୋନି ଟିଭିକୁ ନୋଟିସ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ସୋନାଙ୍କ ୰ ମି ଠୁ’ ଅଭିଯୋଗ ପରେ ଅନୁଙ୍କୁ ସୋ ଛାଡ଼ିବାକୁ ପଡ଼ିଥିଲା । ଅନୁଙ୍କୁ ପୁଣିଥରେ ଜଜ୍ ଆସନରେ ବସାଯାଇଥିବାରୁ ଟ୍ୱିଟର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ କରୁଥିବା ଚ୍ୟାନେଲ ସୋନି ପିକଚର୍ସ, ସୋନି ଇଣ୍ଟରଟେନମେଣ୍ଟକୁ ପ୍ରଶ୍ନ କରିବା ସହିତ ଅନୁଙ୍କୁ ହଟାଇବା ପାଇଁ ପରାମର୍ଶ ଦେଇଥିଲେ ସୋନା ।

    Maximum 500 characters

    କଳା View all

    Find Us on Facebook