Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପରିବାର ଚଳାଇବାକୁ ‘ଅନ୍ଦାଜ’ ଓ ‘ହୀର ରାଞ୍ଜା’ କରିଥିଲେ ଅନୀଲ କପୁର

    Share on :
    ajab-Image
    Date: Jan 12, 2021    Views: 2571

    ବଲିଉଡର ଲକ୍ଷ୍ମଣ ଅନିଲ କପୁର ନିଜର ୪ ଦଶନ୍ଧିର ଅଭିନୟ ଯାତ୍ରା ସହ ଏବେ ନିଜ ଫିଟନେସ ପାଇଁ ବେଶ ଚର୍ଚ୍ଚିତ । ୬୨ ବର୍ଷୀୟ ଅନିଲ ଏବେ ବି ୨୫ ବର୍ଷୀୟ ଯୁବକ ଭଳି ହିଁ ଦେଖାଯାଆନ୍ତି । ବଲିଉଡ ପ୍ରତି ଚଳଚ୍ଚିତ୍ରରେ ନଜର ଆସୁଥିବା ତଥା ଲୋକପି୍ରୟତାର ଶୀର୍ଷରେ ଥିବା ଅନିଲ କପୁର ଦିନେ ଥିଲା ଟଙ୍କା ପାଇଁ ସଂଘର୍ଷ କରୁଥିଲେ । ପରିବାରର ଆର୍ଥିକ ସଙ୍କଟ ପାଇଁ କିଛି ଚଳଚ୍ଚିତ୍ର ସେ କେବଳ ଟଙ୍କା ପାଇଁ କରିଛନ୍ତି । ଖୋଦ ସେ ଏ ନେଇ ଖୁଲାସା କରିଛନ୍ତି । ସେ ଆହୁରି କହିଛନ୍ତି ପରିବାର ଚଳାଇବା ପାଇଁ ଟଙ୍କା ରୋଜଗାର କରିବା ବହୁତ ଜରୁରୀ ହୋଇଥିଲା । ଅନିଲ କପୁର ଟାଇମସ ଅଫ ଇଣ୍ଡିଆକୁ ଏକ ସାକ୍ଷାତକାର ଦେଇ କହିଛନ୍ତି । ସେ ବହୁ ଫିଲ୍ମରେ କେବଳ ଟଙ୍କା ପାଇଁ ସାଇନ କରିଛନ୍ତି । କେବଳ ଟଙ୍କା ପାଇଁ ‘ଅନ୍ଦାଜ’ ଓ ‘ହୀର ରାଞ୍ଜା’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ବୋଲି ସେ ମଧ୍ୟ କହିଛନ୍ତି ।

    Maximum 500 characters

    ବିଶେଷ View all

    Find Us on Facebook