Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର

    Share on :
    ajab-Image
    Date: Aug 2, 2020    Views: 3573

    ଭୁବନେଶ୍ୱର:  କୋଭିଡ-୧୯ ମହାମାରୀ ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଚଳିତ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଏହି ସମୟରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗର୍ଭବତୀ ଓ ପ୍ରସୂତି ମହିଳା ତଥା ଶିଶୁମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନରେ ଅତିରିକ୍ତ ପୁଷ୍ଟିସାଧନ କାର୍ଯ୍ୟକ୍ରମ ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି । ପ୍ରତି ମାସର ୧ ତାରିଖରେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ହିତାଧିକାରୀଙ୍କୁ ବଣ୍ଟନ କରାଯାଉଥିବା ଶୁଖିଲା ରାସନକୁ ଅଙ୍ଗନବାଡ଼ି କର୍ମୀମାନେ ହିତାଧିକାରୀଙ୍କ ଘରେ ପହଞ୍ଚି ଅଗଷ୍ଟ ମାସ  ପାଇଁ ବାଣ୍ଟିଛନ୍ତି । ଏହି ବଣ୍ଟନ ସମୟରେ ଅଙ୍ଗନବାଡ଼ି କର୍ମୀମାନେ କୋଭିଡ-୧୯ ନିୟମାବଳୀ କଡ଼ାକଡ଼ି ଭାବେ ଅନୁପାଳନ କରୁଛନ୍ତି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟର ୩୩୮ଟି ଆଇସିଡିଏସ ପ୍ରକଳ୍ପ ଅଧୀନରେ ସମନ୍ୱିତ ପୁଷ୍ଟିସାଧନ ଯୋଜନାରେ ୪୨ ଲକ୍ଷ ମହିଳା ଓ ଶିଶୁ ଉପକୃତ ହେଉଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook