Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଦିଲ୍ଲୀ ଦଙ୍ଗା: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

କଟକ: କାର କାଚ ଭାଙ୍ଗି ୪ଲକ୍ଷ ଲୁଟ

ରାଜକନିକା: ବାଇକକୁ ପିଟି ଓଲଟିଲା ଓଟୋ, ମହିଳା ମୃତ, ୨ ଗୁରୁତର

ଭୁବନେଶ୍ୱର: ଶିଶୁ ବିକ୍ରି ଘଟଣାରେ ଆଉ ୩ ଗିରଫ

କୋରାପୁଟ: ଜଙ୍ଗଲରେ ଜୁଆ:୩ ଗିରଫ, ୧୫ ଫେରାର

ସ୍ପେଶାଲ ଫୋକସ ଷ୍ଟେଟ ଦାବି କଲେ ନବୀନ

ଭୁବନେଶ୍ୱରରେ ଅମିତ ଶାହା

banner

ରାଜ୍ୟ ଖବର

ମୁଖ୍ୟ ଖବର

    "ଘୃଣା' ସୂଚକ ମନ୍ତବ୍ୟ ଯୋଗୁଁ ଦିଲ୍ଲୀରେ ହାରିଲୁ: ଅମିତ ଶାହ

    Share on :
    ajab-Image
    Date: Feb 14, 2020    Views: 4347

    "ଗୋଲି ମାରୋ' ଏବଂ "ଭାରତ-ପାକିସ୍ତାନ ମ୍ୟାଚ୍' ଭଳି ମନ୍ତବ୍ୟ ଦେବା ଉଚିତ ନଥିଲା
    ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନ ପ୍ରଚାର ବେଳେ ଦଳର କିଛି ନେତାଙ୍କ ଘୃଣାସୂଚକ ଏବଂ ଉତ୍ତେଜନା ସୃଷ୍ଟିକାରୀ ବୟାନ ଯୋଗୁଁ ବିଜେପି ହାରିଲା । ଏହା ସ୍ୱୀକାର କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି ଯେ ବିଜେପି ନେତାଙ୍କ ବିବାଦୀୟ ବୟାନ ପାଇଁ ତାଙ୍କ ଦଳକୁ ଦିଲ୍ଲୀରେ ବଡ଼ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଛି ।
    ଗୁରୁବାର ଏଠାରେ ଟାଇମ୍ସ ନାଓ ସମ୍ମିଟ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହ କହିଛନ୍ତି ଯେ ବିଜେପି ନେତାମାନେ "ଗୋଲି ମାରୋ' ଏବଂ "ଭାରତ-ପାକିସ୍ତାନ ମ୍ୟାଚ୍' ପରି ବିବାଦୀୟ ଟିପ୍ପଣୀ ଦେବା ଉଚିତ ନଥିଲା । ଏହାକୁ ବିଜେପିର ମନ୍ତବ୍ୟ ବୋଲି ବିଚାର କରିବା ଉଚିତ ନୁହେଁ । ଏମାନଙ୍କ ମନ୍ତବ୍ୟ ଠାରୁ ବିଜେପି ନିଜକୁ ଦୂରେଇ ରଖିଛି । ଏଭଳି ବିବାଦୀୟ ବୟାନ ପାଇଁ ବିଜେପି ଦିଲ୍ଲୀରେ କ୍ଷତିଗ୍ରସ୍ତ ହୋଇଥିବା ସେ ସ୍ୱୀକାର କରିଛନ୍ତି । "ଭୋଟିଂ ମେସିନର ବଟନ ଏପରି ଚାପ ଯେ ଏହାର ବିଦୁ୍ୟତ ଆଘାତ ସାହିନ ବାଗରେ ଲାଗିବ' ବୋଲି ତାଙ୍କ ନିଜର ମନ୍ତବ୍ୟ ସଂପର୍କରେ ଶାହ କହିଲେ ଯେ ଏହାକୁ ଭିନ୍ନ ରୂପେ ଉପସ୍ଥାପିତ କରାଯାଇଛି । ଏହା ତାଙ୍କର ଉଦେ୍ଧଶ୍ୟ ନଥିଲା ।
    କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଦେଇଥିବା ଠେଙ୍ଗା ମାଡ଼ ବୟାନକୁ ମଧ୍ୟ ଶାହ ଉଲ୍ଲେଖ କରିଛନ୍ତି । ତେବେ ଗଣମାଧ୍ୟମ ବିଜେପି ନେତାଙ୍କ ବିବାଦୀୟ ବୟାନକୁ ଯେଭଳି ଉପସ୍ଥାପନ କରିଥିଲା, କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ ନେଇ ସେଭଳି ଚର୍ଚ୍ଚା କରିନଥିଲା ବୋଲି ଶାହ କହିଛନ୍ତି ।
    ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶାହ କହିଲେ ଯେ ସିଏଏ ଏବଂ ଏନଆରସି ପାଇଁ ବିଜେପି କ୍ଷତିଗ୍ରସ୍ତ ହୋଇଥିବା ନେଇ ଯେଉଁ ଆକଳନ କରାଯାଉଛି ତାହାକୁ ଶାହ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ପ୍ରସଙ୍ଗ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରେ ନାହିଁ । ଦିଲ୍ଲୀ ନିର୍ବାଚନକୁ ଏହା ଉପରେ ଜନାଦେଶ ବୋଲି ଭାବିବା ଉଚିତ ନୁହେଁ । ସିଏଏର ସକାରାତ୍ମକ ଦିଗ ଉପରେ ଆଲୋଚନା ହେବା ଉଚିତ । ସଂସଦରେ ସେ ବିରୋଧୀଙ୍କର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଆଜି ମଧ୍ୟ ଲୋକଙ୍କର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବାକୁ ମୁଁ ପ୍ରସ୍ତୁତ ବୋଲି ଶାହ କହିଛନ୍ତି । ଆନେ୍ଦାଳନକାରୀ ଚାହିଁଲେ ସେମାନଙ୍କ ସହିତ ଆଲୋଚନା କରିବାକୁ ସେ ପ୍ରସ୍ତୁତ ଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ।
    ଦିଲ୍ଲୀରେ ବିଜେପିର ନିର୍ବାଚନୀ ରଣନୀତି ବିଫଳ ହୋଇଥିବା ଶାହ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ବିଜେପି କେବଳ ବିଜୟ ଏବଂ ପରାଜୟ ପାଇଁ ନିର୍ବାଚନ ଲଢ଼ିନାହିଁ । ଆମେ ବିଜେପିର ଆଦର୍ଶ ଏବଂ ମୂଲ୍ୟବୋଧକୁ ପ୍ରସାର କରିବାରେ ବିଶ୍ୱାସ କରୁଛୁ ଏବଂ ଏଥିରେ ଆମେ ସଫଳ ହେଉଛୁ । ଦୀର୍ଘ ଦଶନ୍ଧି ଧରି ଆମେ ବିରୋଧୀ ଭାବେ ବସିଥିଲେ ମଧ୍ୟ ଆମେ ଆମ ଆଦର୍ଶ ଛାଡ଼ି ନଥିଲୁ । ଆମେ ସେତେବେଳେ ବି ଧାରା ୩୭୦କୁ ବିରୋଧ କରିଥିଲୁ ଏବଂ ଏବେ ଏହାକୁ ଉଚ୍ଛେଦ କରିଛୁ ବୋଲି ଶାହ କହିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook