Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ‘ରାହୁଲ ହୀନ ରାଜନୀତି କରୁଛନ୍ତି’

    Share on :
    ajab-Image
    Date: Jun 29, 2020    Views: 3152

    ନୂଆଦିଲ୍ଲୀ: ଲଦାଖ ସୀମାନ୍ତ ଗଲୱାନ ଉପତ୍ୟକାରେ ଗତ ୧୫ ତାରିଖ ରାତିରେ ଚୀନ ସେନା ସହ ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହେବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ବାରମ୍ବାର ସମାଲୋଚନା କରି ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅତି କଟୁ ଭାଷାରେ ଜବାବ ଦେଇଛନ୍ତି । ରାହୁଲ ଅଯଥାରେ ତୁଚ୍ଛ ରାଜନୀତି କରୁଛନ୍ତି ବୋଲି ଅମିତ ଶାହ ଆକ୍ଷେପ କରିବା ସହ ଏ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାରୀ ଆଦୌ ଶଙ୍କିତ ନୁହେଁ ବୋଲି ଟିପ୍ପଣୀ ଦେଇଛନ୍ତି ।
    କଂଗ୍ରେସ ପୂର୍ବତନ ସଭାପତି ରାହୁଲଙ୍କୁ ଆହ୍ୱାନ କରି ଗୃହମନ୍ତ୍ରୀ କହିଛନ୍ତି, ଆଗକୁ ସଂସଦର ମୌସୁମୀ ଅଧିବେଶନ ହେବ । ଯଦି ଏ ପ୍ରସଙ୍ଗରେ ଆଲୋଚନା କରିବା କଥା, ଆସନ୍ତୁ ୧୯୬୨ ପରଠାରୁ ଚୀନ ସୀମାରେ କଣ ସବୁ କାହିଁକି ଘଟିଯାଇଛି, ସବୁ ବିଷୟରେ ଆଲୋଚନା କରିବା । ସେଥିପ୍ରତି ସରକାରଙ୍କରା ଆଦୌ ଭୟ ନାହିଁ । ମାତ୍ର ଆମେ ଯବାନ ଯେତେବେଳେ ସୀମାରେ ପ୍ରାଣବଳି ଦେଇଛନ୍ତି ଏବଂ ସରକାର କିଛି ପଦକ୍ଷେପ ନେବା ପାଇଁ ଚାହୁଁଛନ୍ତି, ସେତେବେଳେ ପାକିସ୍ତାନ ଓ ଚୀନକୁ ଖୁସି କଲା ଭଳି ଏମିତି ବକ୍ତବ୍ୟ ରଖିବା ଠିକ୍ ନୁହେଁ ବୋଲି ଶାହ କହିଛନ୍ତି । ସେହିପରି ପୂର୍ବରୁ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ସରେଣ୍ଡର ମୋଦି’ ବୋଲି ଆଖ୍ୟା ଦେଇଥିବା ରାହୁଲଙ୍କୁ ଚେତେଇ ଦେଇ ଗୃହମନ୍ତ୍ରୀ କହିଛନ୍ତି, ଏପରି ମନ୍ତବ୍ୟ କେବଳ ଚୀନ ଓ ପାକିସ୍ତାନର ସଖି କଣ୍ଢେଇ ନାଚିଲା ସଦୃସ୍ୟ ହୋଇଛି । ଭାରତ ବିରୋଧୀ ଅପପ୍ରଚାର ସମ୍ଭାଳିବାକୁ ଆମେ ସମର୍ଥ । ମାତ୍ର ଦେଶର ସଂକଟ ବେଳେ ଏକ ବିରାଟ ପୁରାତନ ଦଳର ପ୍ରାକ୍ତନ ଅଧ୍ୟକ୍ଷ ଯେତେବେଳେ ଏଭଳି ତୁଚ୍ଛ ରାଜନୀତି କରନ୍ତି, ତାହା ଭୀଷଣ କଷ୍ଟ ଦିଏ ବୋଲି ଶାହ କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook