ମୁଖ୍ୟ ଖବର
କୋଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ ସାଂସଦ ଅଭିଷେକ ବାନାର୍ଜୀ କରିଥିବା ମାନହାନି ମକଦ୍ଧମାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସମନ୍ ପଠାଇଛି କୋର୍ଟ । ଆଗାମୀ ୨୨ ତାରିଖରେ ବ୍ୟକ୍ତିଗତ ଭାବେ କିମ୍ବା ଓକିଲଙ୍କ ଜରିଆରେ ହାଜର ହେବା ପାଇଁ ସ୍ୱତନ୍ତ୍ର ସାଂସଦ/ବିଧାୟକ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । କୋଲକାତାରେ ବିଜେପି ପକ୍ଷରୁ ଆୟୋଜିତ ଏକ ର୍ୟାଲିକୁ ସମ୍ବୋଧିତ କରିବାବେଳେ ଗୃହମନ୍ତ୍ରୀ ଅମିତ ଶାହ ତୃଣମୂଳ ସାଂସଦ ଅଭିଷେକ ବାନାର୍ଜୀଙ୍କୁ ‘ବଟି ଆଦାୟକାରୀ ପୁତୁରା’ ବୋଲି କହିଥିଲେ । ଅଭିଯୋଗକୁ ଚ୍ୟାଲେଞ୍ଜ କରି ଅଭିଷେକ କହିଛନ୍ତି, ଅଭିଯୋଗ ପ୍ରମାଣିତ ହେଲେ ଫାଶୀ ଲଗାଇଦେବି ।
Comments ସମସ୍ତ ମତାମତ