Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    କରୀନାଙ୍କୁ ନେଇ ଚିନ୍ତିତ ଅମୀର

    Share on :
    ajab-Image
    Date: Sep 13, 2020    Views: 4795

    ଲକଡାଉନ ଆଗରୁ ଆମିର ଖାନ ଏବଂ କରୀନା କପୁର ଖାନ ପଞ୍ଜାବରେ ‘ଲାଲ ସିଂ ଚଡ୍ଡା’ ଫିଲ୍ମର ସୁଟିଂ କରୁଥିଲେ । ଏହା ପରେ କରୋନା ମହାମାରୀ କାରଣରୁ ଦୀର୍ଘଦିନ ସୁଟିଂ ବନ୍ଦ ରହିଲା । ଅନଲକ ଫେଜ ଆରମ୍ଭ ହେଲା ପରେ ଆମିର ତୁର୍କି ଯାଇଥିଲେ । ସେଠାରେ ମଧ୍ୟ ଏହି ଫିଲ୍ମର କିଛି ଅଂଶ ସୁଟିଂ କଲେ । ଏବେ ସେ ମୁମ୍ବାଇରେ । ଗତ ୭ ରୁ ମୁମ୍ବାଇ ଷ୍ଟୁଡିଓରେ ତାଙ୍କ ସହିତ ସୁଟିଂ ଆରମ୍ଭ କରିଛନ୍ତି କରୀନା । କିନ୍ତୁ କରୀନା ଯେହେତୁ ମା’ହେବାକୁ ଯାଉଛନ୍ତି ତେଣୁ ତାଙ୍କ ପାଇଁ ବେଶ ଚିନ୍ତିତ ହୋଇପଡ଼ିଛନ୍ତି ଆମିର । ଫିଲ୍ମର ନିଦେ୍ର୍ଧଶକଙ୍କୁ ଆମିର କାଳେ କହିଛନ୍ତି ଯେ କରୀନାଙ୍କ ସିଡୁ୍ୟଲ ଚାଲୁଥିବା ବେଳେ ଯେମିତି ଅତି ଅଳ୍ପ ସଂଖ୍ୟକ କର୍ମଚାରୀ ସୁଟିଂ ସେଟରେ ଉପସ୍ଥିତ ରହିବେ । ଏହା ବ୍ୟତୀତ ଆମିର ବିଶେଷ ଗୋଟିଏ ଟିମ ନିଯୁକ୍ତ କରିଛନ୍ତି । ଏହି ଟିମର ପ୍ରତ୍ୟେକ ସଦସ୍ୟ ସୁଟିଂ ସେଟର ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ବ୍ୟବସ୍ଥାର ଟିକିନିଖି ତଦାରଖ କରିବେ । ଗୋରେଗାଓଁର ଷ୍ଟୁଡିଓରେ ସେଟ ତିଆରି କାମ ଚାଲିଛି । ମିଲିଟାରୀ ହସ୍ପିଟାଲରେ ମଧ୍ୟ କିଛି ଦୃଶ୍ୟ ସୁଟିଂ କରିବେ ଆମିର । ତାହାର ସେଟ ମଧ୍ୟ ମୁମ୍ବାଇରେ ତିଆରି ହୋଇଛି ଏହି ଫିଲ୍ମରେ କରୀନାଙ୍କର ପ୍ରାୟ ୧୦୦ ଦିନର ସୁଟ ବାକି ଅଛି । ତେଣୁ ବେବି ବମ୍ବ ଦେଖାଯିବା ଆଗରୁ ହିଁ ସୁଟିଂ ସାରିଦେବାର ଯୋଜନା କରିଛନ୍ତି ଆମିର । ଏହା ସତ୍ତ୍ୱେ ବି ସେ କରୀନାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଅଛନ୍ତି । ସେଟରେ କରୀନାଙ୍କର ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ମଧ୍ୟ ଆମିର ସଜାଗ ଅଛନ୍ତି ।

    Maximum 500 characters

    ସିନେମା View all

    Find Us on Facebook