ମୁଖ୍ୟ ଖବର
ଭୁବନେଶ୍ୱର: ଗତ କିଛି ଦିନ ତଳେ ଟ୍ରାଫିକ ଜାମ ପାଇଁ ଆମ୍ବୁଲାନ୍ସରେ ଥିବା ଶିଶୁପୁତ୍ରର ମୃତୁ୍ୟ ଘଟିଥିବା ଯେଉଁ ଅଭିଯୋଗ ହୋଇଥିଲା ତାହା ମିଛ ବୋଲି କମିଶନରେଟ ପୁଲିସ ପରୋକ୍ଷରେ କହିଛି । ଘଟଣା ଦିନର ଆମ୍ବୁଲାନ୍ସ ଟାଇମିଂ ଦେଇ କମିଶନରେଟ ପୁଲିସ ଏହାକୁ ମିଛ ବୋଲି ଦର୍ଶାଇଛି । ଆମ୍ବୁଲାନ୍ସଟି ଘଟଣା ଦିନ କ୍ୟାପିଟାଲ ହସ୍ପିଟାଲରୁ କେତେବେଳେ ବାହାରି କିମ୍ସରେ କେତେବେଳେ ପହଞ୍ଚିଥିଲା ତାହାର ଟାଇମିଂ ଦେଇଛି କମିଶନରେଟ ପୁଲିସ । ନିଜ ଟ୍ୱିଟର ହ୍ୟାଣ୍ଡେଲରେ କମିଶନରେଟ ପୁଲିସ ଏହି ଟାଇମିଂ ଦେଇଛି ।
ଘଟଣା ଦିନ ଆମ୍ବୁଲାନ୍ସକୁ ୨୨ମିନିଟ ୩୮ ସେକେଣ୍ଡ ସମୟ ଲାଗିଥିଲା ବୋଲି ଦର୍ଶାଯାଇଛି । କ୍ୟାପିଟାଲ ହସ୍ପିଟାଲରୁ କିମ୍ସ ହସ୍ପିଟାଲ ପହଞ୍ଚିବା ପାଇଁ ଆମ୍ବୁଲାନ୍ସ ୨୨ମିନିଟ ୩୮ ସେକେଣ୍ଡ ନେଇଥିଲା । ତେବେ ଆମ୍ବୁଲାନ୍ସକୁ ୧ ଘଣ୍ଟାରୁ ଅଧିକ ସମୟ ଲାଗିଥିବା ମୃତ ଶିଶୁର ବାପା ଅଭିଯୋଗ କରିଥିଲେ । ରାସ୍ତା ଜାମ ପାଇଁ ଆମ୍ବୁଲାନ୍ସକୁ ଅଧିକ ସମୟ ଲାଗିଥିବା ମୃତ ଶିଶୁର ବାପା କହିଥିଲେ । ତେବେ ମୃତ ଶିଶୁର ବାପା ଓ କମିଶନରେଟ ପୁଲିସ ମଧ୍ୟରୁ କିଏ ସତ କହୁଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନ୍ୟପକ୍ଷରେ ଘଟଣାର ୩ ଦିନ ପରେ ପୁଲିସ କାହିଁକି ଟାଇମିଂ ଦେଲା ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Comments ସମସ୍ତ ମତାମତ