Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଘରର କୋଉଠି ରଖିବେ ଆଲମାରୀ

    Share on :
    ajab-Image
    Date: Mar 17, 2020    Views: 3784

    ବାସ୍ତୁଶାସ୍ତ୍ରରେ ଘରର ପ୍ରତ୍ୟେକ କୋଣର ଏକ ବିଶେଷତ୍ୱ ରହିଛି । ଆସବାବପତ୍ର ମଧ୍ୟରେ ଆଲମାରି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ସେଥିରେ ଆମେ ଆବଶ୍ୟକ ସାମଗ୍ରୀ ସହ ଟଙ୍କା, ଗହଣା, ପୋଷାକ ପତ୍ର ସୁରକ୍ଷିତ ଭାବେ ରଖିଥାଉ ।

    ଘରର ଦକ୍ଷିଣ ପଶ୍ଚିମ ଦିଗରେ ହିଁ ଆଲମାରି ରହିବା ଉଚିତ । ଏହି ଦିଗରେ ଆଲମାରି ଥିଲେ ଟଙ୍କା ପଇସାର ଅଭାବ ହେଉନଥିବାର ବାସ୍ତୁବିତଙ୍କ ମତ । ଉତ୍ତର ପୂର୍ବ କୋଣରେ ଆଲମାରି ରଖିବା ଅଶୁଭ ଫଳ ପ୍ରଦାନ କରିଥାଏ ।

    ଆଲମାରିର କବାଟ ଦକ୍ଷିଣ ଦିଗକୁ ଖୋଲିବା ଘରେ ନିୟମିତ ଅଭାବ ଅସୁବିଧାର କାରଣ ହୋଇଥାଏ ।

    ଭୂମି ଉପରେ ନ ରଖି କୌଣସି ଏକ ଷ୍ଟାଣ୍ଡ ଉପରେ ଆଲମାରି ରଖିବା ଉଚିତ ।

    ଆଲମାରି ଭିତରେ ଥିବା ଲକର ବାକ୍ସକୁ କେବେ ହେଲେ ଖାଲି ରଖନ୍ତୁ ନାହିଁ । ହାଲକା ଗହଣା, ଅଳ୍ପ କିଛି ଟଙ୍କା ସବୁ ସମୟରେ ରହିବା ଶୁଭଫଳ ପ୍ରଦାନ କରେ ।

    ଏହା ସହ ଆପଣ ୫-୬ଟି ରୂପା ମୁଦ୍ରା ମଧ୍ୟ ଆଲମାରିରେ ରଖନ୍ତୁ । ଏପରି କଲେ ଟଙ୍କା ପଇସାର ଅଭାବ ହୋଇନଥାଏ ।

    ଆଲମାରି ଚାରିପାଖ ଓ ଭିତରର ଜିନିଷକୁ ବ୍ୟବସ୍ଥିତ ରଖିଲେ ଶୁଭଫଳ ମିଳିଥାଏ ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook