Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

କଳା

ମୁଖ୍ୟ ଖବର

    ଅନ୍ଧାରକୁ ଆଲିଆ ଭଟ୍ଟଙ୍କ ଡର

    Share on :
    ajab-Image
    Date: Nov 5, 2019    Views: 21

    ଆଲିଆ ଭଟ୍ଟଙ୍କ ସମ୍ପର୍କରେ ଏକ ମଜା କଥା ଶୁଣିବାକୁ ମିଳିଛି । ଅନ୍ଧାରକୁ ତାଙ୍କର ବଡ଼ ଡର । ଏଣୁ ରାତିରେ ସର୍ବଦା ବିଜୁଳି ବତି ଲଗାଇ ଶୁଅନ୍ତି । ତାଙ୍କ ବାବଦରେ ଆଉ କିଛି ରୋଚକ ତଥ୍ୟ । ତାଙ୍କ ଗେହ୍ଲା ନାଁ ‘ଶାନାୟା’ । ଛୋଟ ଥିବା ବେଳେ ମାଆ ଡାକୁଥିଲେ ‘ଆଳୁ’ ବା ହିନ୍ଦୀରେ ‘ଆଲୁ’ । ଲାଲ ତାଙ୍କର ପି୍ରୟ ରଙ୍ଗ ଏବଂ ବିରାଡ଼ି ପି୍ରୟ ପଶୁ । ହିମାଚଳ ପ୍ରଦେଶରେ ଛୁଟି କାଟିବାକୁ ସେ ଭଲ ପାଆନ୍ତି । ଶାହାରୁକ ଖାନ, ରଣବୀର କପୁର, ଗୋବିନ୍ଦା ଓ କରୀନା କପୁରଙ୍କର ସେ ପ୍ରଶଂସିକା । ରସଗୋଲା, ଦହି ଭାତ, ମୁଗ ଡାଲି ହାଲୁଆ ଓ ଫ୍ରେଞ୍ଚ ଫ୍ରାଇ ଖାଇବାକୁ ତାଙ୍କୁ ଭଲ ଲାଗେ । ପ୍ରତିଦିନ ରାତିରେ ଡାଏରି ଲେଖିବା, ତାଙ୍କର ଏକ ଅଭ୍ୟାସ । ପ୍ରତି ଦିନ ସକାଳେ ସେ ବ୍ୟାୟାମ ଶାଳାରେ ତାଲିମ ନିଅନ୍ତି । ସେ ଧୂମପାନ କରନ୍ତି ନାହିଁ: କିନ୍ତୁ ମନ ଚାହିଁଲେ ସୁରାପାନ କରନ୍ତି । ସେ ଦୁଇଟି ଅଡ଼ି କାରର ମାଲିକାଣୀ । ସେ ବଡ଼ କଷ୍ଟରେ ଉଚ୍ଚ ବିଦ୍ୟାଳୟସ୍ତରୀୟ ଶିକ୍ଷାମାତ୍ର ସାରିପାରିଥିବା ଅଭିନେତ୍ରୀ । ୨୦୧୨ରେ ମୁକ୍ତିଲାଭ କରିଥିଲା ଆଲିୟାଙ୍କ ପ୍ରଥମ ଚଳଚ୍ଚିତ୍ର ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ । ଏହା ପୂର୍ବରୁ ଶିଶୁ କଳାକାର ଭାବେ ସେ ଅଭିନୟ କରିଥିଲେ । ‘ସଂଘର୍ଷ’ରେ । ଫିଲ୍ମଟି ୧୯୯୯ ରେ ମୁକ୍ତିଲାଭ କରିଥିଲା । ଏବେ ‘ବ୍ରହ୍ମାସ୍ତ୍ର’ଓ ‘ସଡ଼କ ୨’ର ସୁଟିଂ ରେ ସେ ବ୍ୟସ୍ତ ।

    Maximum 500 characters

    କଳା View all

    Find Us on Facebook