Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କରୋନାକୁ ବିଜେପି ଟୀକା କହିଲେ ଅଖିଳେଶ

    Share on :
    ajab-Image
    Date: Jan 3, 2021    Views: 4176

    ନୂଆଦିଲ୍ଲୀ : ‘ମୁଁ କରୋନା ଟୀକା ନେବିନାହିଁ, କାହିଁକିନା ବିଜେପି ଟୀକା ଉପରେ ମୋର ଭରସା ନାହିଁ’  । ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଏଭଳି ବୟାନ ଏବେ ବେଶ ଚର୍ଚ୍ଚା ସୃଷ୍ଟି କରିଛି  ।

    ଅଖିଳେଶ କହିଛନ୍ତିଯେ, ସେ ବର୍ତମାନ କରୋନା ଟିକା ଲଗାଇବେ ନାହିଁ । କାହିିଁକିନା ତାଙ୍କୁ ବିଜେପିର ଟିକା ଉପରେ ଭରସା ନାହିଁ । ଅଖିଳେଶଙ୍କ ଏହି ବୟାନ ପାଇଁ ସେ ଅନେକ ଟ୍ରୋଲ ମଧ୍ୟ ହେଉଛନ୍ତି । ଏଭଳି ବୟାନ ତାଙ୍କ ପାଇଁ ବୁମେରାଂ ସାଜିଛି  । ସୋସିଆଲ ମିଡ଼ିଆରେ ଟ୍ରୋଲ ହେବା ପରେ ତାଙ୍କର ଚେତା ପଶିଛି  । ସେ କେଉଁ ପରିପ୍ରେକ୍ଷୀରେ ଏଭଳି କହିଲେ ସେନେଇ ସଫେଇ ଦେଇଛନ୍ତି  । 
    ଶନିବାର ସମାଜବାଦୀ  ପାର୍ଟିର ପ୍ରମୁଖ ନେତା ଅଖିଳେଶ ଯାଦବ କହିଛନ୍ତି, ବର୍ତମାନ ମୁଁ ଟିକା ନେବି ନାହିଁ । ମୁଁ ବିଜେପିର ଟିକା ଉପରେ କେମିତି ଭରସା କରିବି? ଯେବେ ଆମ ସରକାର ଶାସନକୁ ଆସିବ ଆମେ ମାଗଣାରେ ଟିକା ଦେବୁ  । ଆମେ ବିଜେପିର ଟିକା ଲଗାଇ ପାରିବୁ ନାହିଁ ବୋଲି  ସିଧା ମନା କରିଦେଇଛନ୍ତି । 

    ତେବେ ଟ୍ରୋଲ ହେବାପରେ ଅଖିଲେଶ ଆଜି ଟ୍ୱିଟ କରି କହିଛନ୍ତିଯେ, କରୋନା ଟିକାକରଣ ଏକ ସମ୍ବେଦନଶୀଳ ପ୍ରକ୍ରିୟା ଅଟେ । ସେଥିପାଇଁ ଭାଜପା ସରକାର ଏହାକୁ  ଫୁଲାଫାଙ୍କିଆ ଓ ତରବରିଆ ହୋଇନକରି ଭଲଭାବରେ ପ୍ରସ୍ତୁତ ହୋଇ ଟିକାକରଣ ଆରମ୍ଭ କରନ୍ତୁ । ଏହା ମଣିଷଙ୍କ ବଂଚିବା ମରିବାର ବିଷୟ  ।  ତେଣୁ ପରେ ସୁଧାରିବାର ରିସ୍କ ନେଇ ହେବନାହିଁ । ସେହିପରି ଗରିବମାନଙ୍କ ପାଇଁ ମଧ୍ୟ ଟିକା ସଂକ୍ରାନ୍ତରେ ଏକ ନିର୍ଦ୍ଧିଷ୍ଟ ତାରିଖ ପ୍ରକାଶ କରିବାର ଆବଶ୍ୟକତା ରହିଛି । 

    ହରପ୍ରିୟା ପୃଷ୍ଟି

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook