Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ ଜୁଆଣି

    Share on :
    ajab-Image
    Date: Sep 10, 2020    Views: 3001

    ବର୍ତ୍ତମାନ ସାର ବିଶ୍ୱ କରୋନା ଭାଇରସ କବଳରେ  । ଏହି ଭାଇରସରୁ ମୁକ୍ତି ପାଇବା ପାଇଁ ଆଜି ପର୍ଯ୍ୟନ୍ତ ଟିକା ବାହାରି ପାରି ନାହିଁ  । ଏପରି କ୍ଷେତ୍ରରେ ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହିଁ ଆପଣଙ୍କୁ ଏହି ଭାଇରସ କବଳରୁ ରକ୍ଷା କରିପାରିବ  । ତେବେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ କାଢ଼ା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ  । କାରଣ ଏଥିରେ କୌଣସି ସାଇଡିଫେକ ଦେଖାଯାଏ ନାହିଁ  । ତେବେ ଏହି କାଢ଼ ତିଆରି କରି ପିଇବା ପୂର୍ବରୁ ଦେଖିବା ଉଚିତ ଏହା ଆପଣ ପାଚନ ପ୍ରକି୍ରୟା ଉପରେ କିଛି ପ୍ରଭାବ ପକାଉ ନାହିଁ ତ  । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ କାଢ଼ା ବିଷୟରେ କହିବୁ ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ  । ଏହାର କିଛି ପାଶ୍ୱର୍ ପ୍ରତିକ୍ରିୟା ମଧ୍ୟ ଦେଖାଯିବ ନାହିଁ  । ଉକ୍ତ କାଢ଼ା ହେଲା ଜୁଆଣି କାଢ଼ା  । ଜୁଆଣିରେ ପ୍ରୋଟିନ, କାର୍ବୋହାଇଡ୍ରେଡ ଓ ଫାଇବର ପରି ପୋଷକତତ୍ୱ ଭରପୁର ପରିମାଣରେ ମିଳେ  । ଏହାଛଡ଼ା ଏଥିରେ ଆଇରନ, କଫର, ଫସଫରସ, ଆୟୋଡିନ ଓ ମ୍ୟାଗ୍ନେସିୟମ ପରି ଖଣିଜ ପଦାର୍ଥ ମିଳିଥାଏ  । ଯାହା ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଜରୁରୀ  ।


    ଜୁଆଣି କାଢ଼ାରେ ଆଣ୍ଟି ପାରାସେଟିକ, ଆଣ୍ଟି ମାଇକ୍ରୋବିୟଲ ଓ ଆଣ୍ଟି ସେପ୍ଟିକ ଗୁଣ ରହିଛି  । ଏହି କାଢ଼ା ପିଇଲେ ପେଟ ବ୍ୟଥା, ଗ୍ୟାସ, ଏସିଡି ସମସ୍ୟା ଦୂର ହୋଇଥାଏ  । ଏହାଛଡ଼ା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲେ ଏହି କାଢ଼ା ପିଇଲେ ଆରାମ ମିଳେ  । ଏହି କାଢ଼ା ଗଣ୍ଠି ବ୍ୟଥାରେ ମଧ୍ୟ ଆରାମ ଦିଏ  । ଏହି କାଢ଼ାକୁ ପ୍ରସ୍ତୁତ କରିବା ପାଇଁ ଗୋଟିଏ ଚାମଚ ଜୁଆଣି, ୧ ଚାମଚ ହଳଦୀ, ୧ ଚାମଚ ମହୁ, ଚୁମୁଟେ କଳା ଲୁଣ, ଗୋଟିଏ ଲେମ୍ବୁ ଓ ପାଣି ନିଅନ୍ତୁ  । ପ୍ରଥମେ ଏକ କଫ ପାଣିକୁ ଏକ ପାତ୍ରରେ ଗରମ କରିବା ପାଇଁ ଗ୍ୟାସରେ ବସାନ୍ତୁ  । ଏଥିରେ ହଲଦୀ ଗୁଣ୍ଡ ଓ ଜୁଆଣିକୁ ପକାଇ ଦିଅନ୍ତୁ  । ପାଣିକୁ ସେତେବେଳ ପର୍ଯ୍ୟନ୍ତ ଫୁଟାନ୍ତୁ ଯେପର୍ଯ୍ୟନ୍ତ ଏକ କପ ପାଣି ଅଧା କପ ହୋଇଯିବ  । ଏହା ପରେ ଏହାକୁ ଏକ ଗ୍ଲାସରେ ଛାଣି ଦିଅନ୍ତୁ  । ସେଥିରେ ଲମ୍ବୁରସ, କଳା ଲୁଣ ଓ ମହୁ ମିଶାଇ ତାହାକୁ ସେବନ କରନ୍ତୁ  । ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହେବ  ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook