Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ସହିଦନଗର ଭବାନୀ ମଲ ନିକଟରେ ବିଏମସି ସ୍ପେଶାଲ ସ୍କ୍ୱାଡର ଚଢଉ, ୫୦ ଲକ୍ଷର ପଲିଥିନ ଜବତ

ପୁଲିସ କବଳରୁ ବାଳ ଅପରାଧୀ ଛୁ

୫-ଟି କୃଷି ବିଭାଗ

୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ

ତେଲେଙ୍ଗାନା ଏନକାଉଣ୍ଟରର ବିଚାର ବିଭାଗୀୟ ତଦନ୍ତ ନିଦେ୍ର୍ଧଶ

ଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଠାବ

୩୨ ଦାଦନ ଶ୍ରମିକ ଉଦ୍ଧାର

banner

ବିଶେଷ

ମୁଖ୍ୟ ଖବର

    ବାୟୁ ପ୍ରଦୂଷଣ : ୪୮ କୋଟି ଭାରତୀୟଙ୍କର ଆୟୂଷ ୭ ବର୍ଷ ହ୍ରାସ ପାଇବ

    Share on :
    ajab-Image
    Date: Nov 4, 2019    Views: 387

    ନୂଆଦିଲ୍ଲୀ: ବର୍ତ୍ତମାନ ବାୟୁ ପ୍ରଦୂଷଣ ସମଗ୍ର ବିଶ୍ୱ ପାଇଁ ଆତଙ୍କ ସୃଷ୍ଟି କରିଛି । ଭାରତ ବିଶ୍ୱର ଦ୍ୱିତୀୟ ପ୍ରଦୂଷଣକାରୀ ରାଷ୍ଟ୍ରର ମାନ୍ୟତା ଲାଭ କରିଛି । ବାୟୁ ପ୍ରଦୂଷଣ ଯୋଗୁଁ ୪୮ କୋଟି ଭାରତୀୟଙ୍କର ହାରାହାରି ଆୟୂଷ ୭ ବର୍ଷ ହ୍ରାସ ପାଇବ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ଗାଙ୍ଗେୟ ଉପତ୍ୟକା ଅଞ୍ଚଳର ରାଜ୍ୟଗୁଡ଼ିକରେ ୪୮ କୋଟି ଲୋକେ ସମ୍ପୂର୍ଣ୍ଣ ଆୟୁଷର ୭ ବର୍ଷ ପୂର୍ବରୁ ମୃତୁ୍ୟଲାଭ କରିବେ ବୋଲି ଏକ ଗବେଷଣା ଦର୍ଶାଇଛି । ଯଦି ଭାରତ "ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ' (ଡବ୍ଲୁ୍ୟଏଚ୍ଓ)ର ନିୟମାବଳୀ ପାଳନ କରେ ତେବେ ଭାରତୀୟଙ୍କ ଆୟୂଷ କିଛି ମାତ୍ରାରେ ବଢ଼ିପାରେ । ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନ୍ଷ୍ଟିଚୁ୍ୟଟ୍ (ଇପିଆଇସି) ବିଶ୍ୱର ୨୨୫ ଦେଶର ବାୟୁର ଗୁଣବତ୍ତାକୁ ନେଇ ଗବେଷଣା କରିଥିଲା । ତେବେ ନେପାଳର "ପିଏମ୍ ୨.୫' (ବାୟୁ ମଣ୍ଡଳର ସୂକ୍ଷ୍ମକଣିକା ସ୍ତର) ସବୁଠୁ ମାରାତ୍ମକ ବୋଲି ଏହି ଗବେଷଣା ରିପୋର୍ଟରୁ ଜଣାପଡ଼ଛି । ବାୟୁ ପ୍ରଦୂଷଣ ରୋକିବାରେ ଭାରତ ବିଫଳ ହୋଇଛି ବୋଲି ଏହି ଗବେଷଣାରୁ ଜଣାପଡ଼ିଛି । ବାୟୁ ପ୍ରଦୂଷଣ କାରଣରୁ ଭାରତର ୪୮ କୋଟି ଲୋକଙ୍କର ସମ୍ପୂର୍ଣ୍ଣ ଆୟୂଷର ୭ ବର୍ଷ ପୂର୍ବରୁ ମୃତୁ୍ୟ ହେବ ବୋଲି ଏହି ଗବେଷଣା ଦର୍ଶାଇଛି । ଗାଙ୍ଗେୟ ଉପତ୍ୟକା ଅଞ୍ଚଳର ପ୍ରମୁଖ ୭ଟି ରାଜ୍ୟ ପଞ୍ଜାବ, ଚଣ୍ଡୀଗଡ଼, ହରିୟାଣା, ଦିଲ୍ଲୀ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗର ଲୋକମାନଙ୍କ ହାରାହାରି ଆୟୂଷ ୭ ବର୍ଷ ହ୍ରାସ ପାଇବ ବୋଲି ଏହି ରିପୋର୍ଟ ଉଲ୍ଲେଖ କରିଛି । ସୂଚନାଯୋଗ୍ୟ, ୨୦୧୧ ଜନଗଣନା ରିପୋର୍ଟ ଅନୁସାରେ ଭାରତୀୟମାନଙ୍କ ହାରାହାରି ଆୟୂଷ ୬୯ ବର୍ଷ ଥିଲା । ମାତ୍ର, ଆଗାମୀ ଦିନରେ ଭାରତୀୟଙ୍କ ହାରାହାରି ଆୟୂଷ ୭ ବର୍ଷ ହ୍ରାସ ପାଇ ୬୨ ବର୍ଷ ହୋଇଯିବ ବୋଲି ଏହି ଗବେଷଣା ରିପୋର୍ଟରୁ ଜଣାପଡ଼ିଛି ।

    Maximum 500 characters

    ବିଶେଷ View all

    Find Us on Facebook