ମୁଖ୍ୟ ଖବର
କରାଚି : ପାକିସ୍ତାନ ଅନ୍ତର୍ଜାତୀୟ ବିମାନ ଦୁର୍ଘଟଣାରେ ଧ୍ୱଂସ ହୋଇଯାଇଥିବା ରିପୋର୍ଟ ପ୍ରକାଶ ପାଇଛି । ଜନବସତି ପାଖରେ ବିମାନଟି ଧ୍ୱଂସ ହୋଇଯାଇଥିବାରୁ ବହୁ କ୍ଷୟକ୍ଷତି ହୋଇଥିବା କୁହାଯାଉଛି । ତେବେ ଏନେଇ କୌଣସି ସ୍ପଷ୍ଟ ରିପୋର୍ଟ ଆସିନାହିଁ । ପାକିସ୍ତାନୀ ମିଡ଼ିଆ ସୂତ୍ର ଅନୁଯାୟୀ, ବିମାନ ୮୩୦୩ ୯୦ ଜଣ ଯାତ୍ରୀ ଓ ୮ କ୍ରିଉ ମେମ୍ବରକୁ ନେଇ ଲାହୋରରୁ କରାଚୀ ଅଭିମୁଖେ ଯାତ୍ରା କରିଥିଲା । ତେବେ ଏକ ଜନବସତି ଅଂଚଳରେ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ଅଂଚଳରେ ପ୍ରବଳ ଧୂଅାଁ ଉଠିବା ଜାରି ରହିଛି । ଅପରପକ୍ଷରେ ପାକର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଁଛି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି । କରାଚିରେ ଅବତରଣ କରିବାର କିଛି ସମୟ ପୂର୍ବରୁ ଏକ ଆବାସିକ କଲୋନୀରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ କେବଳ ଯାତ୍ରୀ ନୁହଁନ୍ତି ବରଂ ଆଖପାଖ ଅଂଚଳର ଅନେକ ଧନଜୀବନ ନଷ୍ଟ ହୋଇଥିବାର ଆକଳନ କରାଯାଉଛି ।
Comments ସମସ୍ତ ମତାମତ