Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଓଡ଼ିଶା ପାଇଁ ଏମ୍ସ ବାଜପେୟୀଙ୍କ ଅବଦାନ-ଧର୍ମେନ୍ଦ୍ର ପ୍ରଧାନ

    Share on :
    ajab-Image
    Date: Dec 26, 2019    Views: 5857

    ଭୁବନେଶ୍ୱର: ଓଡ଼ିଶା ପାଇଁ ଭୁବନେଶ୍ୱରରେ ଏମ୍ସ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଥିଲା ବୋଲି ବୁଧବାର ଭୁବନେଶ୍ୱର ଏମ୍ସ ମେଡିକାର ପରିସରରେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାଙ୍ଗ ମୂର୍ତ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କରକମଳରେ ଲୋକାର୍ପଣ ଓ ମେଡିକାଲରେ ବିଭିନ୍ନ ରୋଗୀ ସୁବିଧାର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏମ୍ସରେ ବାଜପେୟୀଙ୍କ ମୂର୍ତ୍ତି ସ୍ଥାପିତ କରିଥିବାରୁ ଏମ୍ସ ଭୁବନେଶ୍ୱର ଓ ମହାନଦୀ କୋଇଲା କମ୍ପାନୀକୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀ ପ୍ରଧାନ ।

    ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ୨ ବର୍ଷ ତଳେ ତକ୍ରାଳୀନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏଥିପାଇଁ ପ୍ରତିଶ୍ରୁତି ଦେଇଥିଲେ । ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଏମ୍ସରେ ୪୦ଟି ବିଭାଗ ଖୋଲାଯାଇଛି । ଓଡ଼ିଶାକୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଦେବା ପାଇଁ ଭାରତ ସରକାର ପ୍ରତିବଦ୍ଧ । ଆଗାମୀ ଦିନରେ ଏମ୍ସ ରାଜ୍ୟ ଓଡ଼ିଶା ଏବଂ ପଡେ଼ାଶୀ ରାଜ୍ୟର ସ୍ୱାସ୍ଥ୍ୟ ଆବଶ୍ୟକତାକୁ ପୂରଣ କରିବ ବୋଲି ସେ କହିଛନ୍ତି ।

    ସାମ୍ବାଦିକଙ୍କ ପୃଥକ ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ ଏ ପର୍ଯ୍ୟନ୍ତ ଭାରତ ଆୟୁଷ୍ମାନ ଯୋଜନା ଲାଗୁ ହୋଇନାହିଁ । ଗରିବ ଲୋକଙ୍କ ବଡ଼ ବଡ଼ ରୋଗ ଯଥା ହୃଦରୋଗ, ଟୁ୍ୟମର, କ୍ୟାନସର ପାଇଁ ଖର୍ଚ୍ଚର ଆବଶ୍ୟତା ଅଛି । ଭାରତ ସରକାର ଗରିବଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚର ବ୍ୟବସ୍ଥା କରିଛନ୍ତି । ମାତ୍ର ଓଡ଼ିଶା ସରକାର ଏ ପର୍ଯ୍ୟନ୍ତ ତାକୁ ଗ୍ରହଣ କରିନାହାନ୍ତି ବୋଲି ସେ କହିଛନ୍ତି ।

    ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରି ଆସୁଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ମଧ୍ୟ ପୁଣି ଥରେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ସାର୍ବଜନୀନ ଭାବେ ସରକାରଙ୍କୁ ଅନୁରୋଧ କରିଛନ୍ତି । ସମସ୍ତେ ଏକାଠି ହୋଇ ଓଡ଼ିଶାର ଗରିବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଦେବାର ଆବଶ୍ୟକତା ରହିଛି । ଭାରତ ସରକାରଙ୍କ ଆୟୁଷ୍ମାନ ଯୋଜନାରେ ଓଡ଼ିଶା ସାମିଲ ହେବ । ଏହା ଆମର ଅପେକ୍ଷା ବୋଲି ସେ କହିଛନ୍ତି ।

    ଉଲ୍ଲେଖନୀୟ ଯେ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଦ୍ୱାରା ଏମ୍ସ ମେଡିକାଲ ମୋଡୁଲାର ଅପରେସନ୍ ଥିଏଟର, ଆଇସିୟୁ କମ୍ପ୍ଲେକ୍ସର ଶିଳାନ୍ୟାସ ଓ କାଥ୍ ଲ୍ୟାବ, ଡିଏଫଆରର ଉଦ୍ଘାଟିତ ହୋଇଥିଲା ।

    Maximum 500 characters

    ରାଜନୀତି View all

    Find Us on Facebook