Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଏମସକୁ ନେଇ ବିଜେପି ସାଂସଦ ଓ ବିଧାୟକଙ୍କ ଭିତରେ ଦ୍ୱନ୍ଦ୍ୱ

    Share on :
    ajab-Image
    Date: Jan 12, 2021    Views: 2727

    ସୁନ୍ଦରଗଡ : ସୁନ୍ଦରଗଡ଼ ଏନଟିପିସି ମେଡିକାଲ କଲେଜ ଓ ହସ୍ପିଟାଲରେ ଓଡ଼ିଶାର ଦ୍ୱିତୀୟ ଏମସ (ଅଲ ଇଣ୍ଡିଆ ଇନଷ୍ଟିଚୁ୍ୟଟ ଅଫ ମେଡିକାଲ ସାଇନ୍ସ) ଖୋଲିବାକୁ କେନ୍ଦ୍ରକୁ ରାଜ୍ୟ ସରକାର ପ୍ରସ୍ତାବ ପଠାଇବା ପରେ ସୁନ୍ଦରଗଡ଼ରେ ଉତ୍ସାହ ପ୍ରକାଶ ପାଇଛି । ସବୁ ମହଲରେ ଏହାକୁ ସ୍ୱାଗତ କରାଯାଇଛି । କିନ୍ତୁ ଏହା ମଧ୍ୟରେ ଏମସ ସ୍ଥାପନ ପାଇଁ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ସ୍ୱର ଉଠାଇଥିବା ବେଳେ ସାଂସଦ ଜୁଏଲ ଓରାମ ନା କହି ପ୍ରସ୍ତାବକୁ ବାଏଁ ବାଏଁ ଉଡାଇ ଦେଇଚନ୍ତି । ଗୋଟିଏ ଦଳର ଦୁଇ ଲୋକ ପ୍ରତିନିଧିଙ୍କ ଏହି ହଁ, ନାର ରାଜନୀତି ଜିଲ୍ଲା ବ୍ୟାପି ଚର୍ଚ୍ଚାର ବିଷୟ ହୋଇଛି । ଦ୍ୱିତୀୟ ଏମସ ପ୍ରସ୍ତାବ ଆସିବା ପରେ ପରେ ଗତ ଜାନୁଆରୀ ୫ ତାରିଖରେ ବିଧାୟିକା କୁସୁମ ସବୁ ରାଜନୈତିକ ଦଳ ଓ ସବୁ ବର୍ଗର ପ୍ରତିନିଧିଙ୍କୁ ଏକାଠି କରି ସୁନ୍ଦରଗଡ଼ର ଅନ୍ୟ ବିକାଶ ସହ ଏ ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି ଉଠାଇଥିଲେ । ଏଥିପାଇଁ ଏକ ଷ୍ଟିୟରିଂ କମିଟି ଗଠନ କରି ସୁନ୍ଦରଗଡ଼ ସ୍ୱରକୁ ଜୋରଦାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ତା ପରଦିନ ଅର୍ଥାତ ୬ ତାରିଖରେ ବିକାଶଭବନରେ ଅନୁଷ୍ଠିତ ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ସାଂସଦ ଶ୍ରୀ ଓରାମ ସୁନ୍ଦରଗଡ଼ର ଉତ୍ସାହରେ ପାଣି ପକାଇ ଦେଲା ଭଳି ମନ୍ତବ୍ୟ ଦେଇଥିଲେ । ଓଡ଼ିଶାରେ ଦ୍ୱିତୀୟ ଏମସ ଖୋଲିବା ଆଦୌ ସମ୍ଭବ ନୁହେଁ ଓ ସୁନ୍ଦରଗଡ଼ରେ ଏମସର ଆବଶ୍ୟକତା ନାହିଁ କହିବା ସହ ଏହାକୁ ବିରୋଧ କରିଥିଲେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook