Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

    Share on :
    ajab-Image
    Date: Sep 8, 2020    Views: 4325

    ଭୁବନେଶ୍ୱର  – ଏଆଇସିସି ଦ୍ୱାରା ଗଠିତ ଟିମ୍ ଆଜି କେଉଁଝର ବନ୍ୟାଂଚଳ ଗସ୍ତ କରିବା ସହିତ କ୍ଷୟକ୍ଷତିର ଆକଳନ କରିବା ପାଇଁ ଗସ୍ତ କରିଥିଲେ । ଟିମ୍ରେ ଥିବା ପୂର୍ବତନ ପିସିସି ସଭାପତି  ଜୟଦେବ ଜେନା ଓ କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ସହ କେନ୍ଦୁଝର ଜିଲ୍ଳା କଂଗ୍ରେସ ସଭାପତି  ମୋହନ ପରିଡ଼ା, ପିସିସି ସାଧାରଣ ସଂପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ଜିଲ୍ଳା ଯୁବ କଂଗ୍ରେସ ସଭାପତି ସୋମେସ ଧିର, ଜିଲ୍ଳା ମହିଳା କଂଗ୍ରେସ ସଭାନେତ୍ରୀ ସଂଗିତା ସିଂହଙ୍କ ସମେତ ଜିଲ୍ଳା କଂଗ୍ରେସ କମିଟିର କର୍ମକର୍ତା  ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପାଟଣା ବ୍ଲକର  କିଛି ଅଂଚଳ, ସାହାରପଡ଼ା ବ୍ଲକର କିଛି ଅଂଚଳ, ଘସିପୁରା ବ୍ଲକର ବାଟୋ ଓ ସାଳଦେଇ ଗ୍ରାମ ପଂଚାୟତର କିଛି ଅଂଚଳ, ଆନନ୍ଦପୁର ଓ ହାଟଡିହ ବ୍ଲକର ବହୁପଂଚାୟତ ସଂପର୍କରେ ଜିଲ୍ଳା ପ୍ରଶାସନ ସହ ପ୍ରଭାବିତ •ଷୀ ଓ ଗରୀବ ଲୋକଙ୍କ ବନ୍ୟା ଦୁର୍ଗତି ଓ ପରିବର୍ତୀ ସାହାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ପ୍ରଶାସନକୁ ଭେଟିଲାପରେ ଜିଲ୍ଳା କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା ଓ ବାହିନୀପତି କେନ୍ଦୁଝର ଜିଲ୍ଲାର ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀ ଓ ଗରିବ ଲୋକଙ୍କୁ ରାଜ୍ୟ ସରକାର ଘୋଷଣା କରିଥିବା ୫୦ କେଜି •ଉଳ ଓ ୫୦୦ ଟଙ୍କା ମିଳିନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ଏବଂ ରିଲିଫ୍ ଯୋଗାଣରେ ଅନିୟମିତା ହେଉଛି ବୋଲି ଅଭିଯୋଗ କରିଥିଲେ । ଯେଉଁ ଲୋକମାନେ ପାଣିଘେରରେ ରହି ହନ୍ତସନ୍ତ ହେଉଛନ୍ତି ତାଙ୍କୁ ରିଲିଫ ମିଳିନାହିଁ ତାହା ଦୁଃଖ ଓ ପରିତାପର ବିଷୟ ବୋଲି କହିଛନ୍ତି । ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ଭାଙ୍ଗିଯାଇଥିବା ଘରଗୁଡ଼ିକ ନିର୍ମାଣ ପାଇଁ ତୁରନ୍ତ ଆର୍ଥିକ ସାହାଯ୍ୟ ଯୋଗାଇଦେବା ଏବଂଚାଷୀଙ୍କୁ ଋଣଛାଡ଼ ସହ ରାଜ୍ୟ ସରକାର ଘୋଷଣା କରିଥିବା ଚାଉଲ ଓ ଟଙ୍କା ତୁରନ୍ତ ଦେବା ପାଇଁ ଦାବୀ କରିଥିଲେ । ଘସିପୁରା ବ୍ଲକରେ ବୈତରଣୀର ଦକ୍ଷିଣପାଶ୍ୱର୍ରେ ଦୁଇ ଦୁଇଟା ଘାଇ ହୋଇଥିବାରୁ ବନ୍ୟା ପରିସ୍ଥିତି ଉପୁଜିଛି  ଯାହାଫଳରେ କି ଲୋକାମନେ ପାଣିଘେରରେ ରହିଥିଲେ ।  ସେହିପରି ଖୁସେଇ ନଦୀ ଉପରେ ଏପର୍ଯ୍ୟନ୍ତ ବେଲବାହାଳି ସେତୁର ନିର୍ମାଣ କାର୍ଯ୍ୟ ହୋଇପାରି ନାହିଁ । ଜିଲ୍ଳା ଖଣିଜ ପ୍ରତିଷ୍ଠାନର (ଡିଷ୍ଟିକ୍ଟ ମିନେରାଲ ଫଣ୍ଡ)  ଅର୍ଥ ସେହି ଜିଲ୍ଳାରେ ଖର୍ଚ୍ଚ ନହୋଇ ଅନ୍ୟ ଜିଲ୍ଳାରେ ଖର୍ଚ୍ଚ ହୋଇଥିବାରୁ ଜନଅସନ୍ତୋଷ ତେଜୁଛି । ପ୍ରଧାନମନ୍ତ୍ରୀ ଅବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନା ଚିଠା କେବଳ ବିଜେଡ଼ି ଦଳର କର୍ମୀ, ନେତା ଓ ସମର୍ଥକଙ୍କୁ ମିଳୁଛି ବୋଲି ଅଭିଯୋଗ ପାଇଲାପରେ ବନ୍ୟା କମିଟି ଅସନ୍ତୋଷ ପ୍ରକାଶ କରିଛନ୍ତି ।  ସେହିପରି  ଜାତୀୟ ରାଜପଥ ୨୦ (୨୧୫) ଅତି କଦର୍ଯ୍ୟ ଅବସ୍ଥାରେ ଥିବାରୁ ସାଧାରଣ ଲୋକଙ୍କ ଯିବାଆସିବାରେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାପାଳ କ୍ଷୟକ୍ଷତିର ହିସାବ ସରକାରଙ୍କୁ ନଦେଇ ସରକାରୀ ଦଳର ଏଜେଣ୍ଟ ଭଳି କାର୍ଯ୍ୟ କରି ଗରୀବ •ଷୀଙ୍କୁ ଠକି •ଲିଛନ୍ତି । ବନ୍ୟାକୁ ନିୟନ୍ତ୍ରଣ କରିବା ପାଇଁ କଂଗ୍ରେସ ସରକାର ସମୟରେ ବହୁ ଯୋଜନା ଆରମ୍ଭ କରାଯାଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇପାରି ନାହିଁ ଏହା ଦୁଃଖ ଓ ପରିତାର ବିଷୟ । ସରକାର ଯଦି ସାଧାରଣ ଗରୀବ ଓ ଚାଷୀଙ୍କ କଥା ନବୁଝନ୍ତି ପରବର୍ତୀ ସମୟରେ ବିଧାନସଭା ଭିତରେ ଓ ବାହାରେ ଯୋରଦାର ଆନେ୍ଦାଳନ କରାଯିବ ବୋଲି ଶ୍ରୀ ଜେନା ଓ ବାହିନୀପତି କହିଛନ୍ତି ।  

     

    Maximum 500 characters

    ରାଜନୀତି View all

    Find Us on Facebook