Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଏସସି ଏସଟି ଓ ଓବିସି ସଂରକ୍ଷଣକୁ ନେଇ ଆନେ୍ଦାଳନ କରିବ କଂଗ୍ରେସ

    Share on :
    ajab-Image
    Date: Feb 13, 2020    Views: 3582

    ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିମାନଙ୍କ ସମେତ ଓବିସି ବର୍ଗଙ୍କ ପାଇଁ ଲଢେ଼ଇ କରିବ କଂଗ୍ରେସ  । ମୋଦି ସରକାର ଏହି ତିନି ବର୍ଗର ସଂରକ୍ଷଣକୁ ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ କଂଗ୍ରେସ ଏନେଇ ସାରା ଦେଶରେ ଆନେ୍ଦାଳନ କରିବାକୁ ଯୋଜନା କରିଛି  । ଏସଂକ୍ରାନ୍ତରେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିଦେ୍ର୍ଧଶରେ ସ୍ୱତନ୍ତ୍ର ଗାଇଡ଼ଲାଇନ ପ୍ରସ୍ତୁତ କରାଯାଇଛି  ।

    ଏନେଇ ଏଆଇସିସି ପକ୍ଷରୁ ସମସ୍ତ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ଓ ବରିଷ୍ଠ ନେତାମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଏଆଇସିସି ପକ୍ଷରୁ କୁହାଯାଇଛିଯେ, ବିଜେପି ଓ ସଂଘ ପରିବାର ଏସି, ଏସଟି ଓ ଓବିସ ବର୍ଗଙ୍କୁ ସଂରକ୍ଷଣ ଦେବାକୁ ଚାହୁଁନାହିଁ । ସେମାନେ ଏହାକୁ ବିରୋଧ କରୁଛନ୍ତି  । ଗତ କିଛି ବର୍ଷ ଧରି ବିଜେପି ନେତାମାନେ ସଂରକ୍ଷଣକୁ ବିରୋଧ କରି ବିବୃତି ଦେଉଥିବା ଦେଖିବାକୁ ମିଳୁଛି  । ଏପରିକି ସୁପି୍ରମକୋର୍ଟରେ ସଂରକ୍ଷଣ ଦେବାର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର ଯୁକ୍ତି ଉପସ୍ଥାପନ କରିଛନ୍ତି  । ବିଜେପିର ଏଭଳି ଅସାମ୍ବିଧାନିକ କାର୍ଯ୍ୟକୁ ବିରୋଧ କରିବା ସହ ବିଜେପିର ଗୁପ୍ତ ଆଭିମୁଖ୍ୟର ପର୍ଦ୍ଧାଫାଶ ପାଇଁ କଂଗ୍ରେସ ଦେଶରେ ଆନେ୍ଦାଳନ କରିବ ।

    ଏଥିପାଇଁ କଂଗ୍ରେସର ଏସସି, ଏସଟି ଓ ଓବିସି ସେଲ ପକ୍ଷରୁ ଧାରଣା ଓ ଜନସଭା ସହ ପ୍ରତିବାଦ ଶୋଭାଯାତ୍ରା କରିବାକୁ ଏଆଇସିସି ଆହ୍ୱାନ ଦେଇଛି  । ପିସିସିର ନୀରିକ୍ଷଣରେ ଏଭଳି ପ୍ରତିବାଦ କରିବାକୁ ନିଦେ୍ର୍ଧଶ ଦିଆଯାଇଛି  । ଆସନ୍ତା ୧୬ ପୂର୍ବରୁ ରାଜ୍ୟବ୍ୟାପୀ ଏଭଳି କାର୍ଯ୍ୟକ୍ରମ କରିବା ସହ ବରିଷ୍ଠ ନେତା, ପୂର୍ବତନ ସାଂସଦ, ସାଂସଦ, ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ସାମିଲ କରିବାକୁ କୁହାଯାଇଛି  । ସେହିପରି ଆଗାମୀ ଦିନରେ ବ୍ଲକ ଓ ଜିଲ୍ଲାସ୍ତରରେ ଏଭଳି କାର୍ଯ୍ୟକ୍ରମ କରିବାକୁ ମଧ୍ୟ ଏଆଇସିସି ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି  ।

    Maximum 500 characters

    ରାଜନୀତି View all

    Find Us on Facebook