Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମନି ଲଣ୍ଡି୍ରଂ ମାମଲା: ଅହମ୍ମଦ ପଟେଲଙ୍କୁ ଇଡି ଜେରା

    Share on :
    ajab-Image
    Date: Jun 28, 2020    Views: 4713

    ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ ଇଡି (ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ) ସନେ୍ଦସରା ବ୍ରଦର୍ସ ମନି ଲଣ୍ଡି୍ରଂ ମାମଲାରେ ଜେରା କରିଛି । ଇଡି ଟିମ୍ ପଟେଲଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପହଞ୍ଚିଥିଲେ । ଟିମର ସଦସ୍ୟମାନଙ୍କୁ ମାସ୍କ ଏବଂ ଗ୍ଲୋବସ ପିନ୍ଧିଥିବା ଦେଖିବାକୁ ମିଳିଥିଳା । ପିଏମଏଲଏ ଅଧୀନରେ ପଟେଲଙ୍କ ବୟାନ ରେକର୍ଡ କରାଯାଇଥିଲା । ଇଡି ପକ୍ଷରୁ ୭୦ ବର୍ଷୀୟ ପଟେଲଙ୍କୁ ଦୁଇଥର ସମନ କରାଯାଇଥିଲେ ମଧ୍ୟ ସେ କରୋନା ନିଦେ୍ର୍ଧଶାବଳୀକୁ ଏକ କାରଣ ଭାବେ ଦର୍ଶାଇ ଇଡିରେ ହାଜର ହୋଇନଥିଲେ । ସେ ଜଣେ ବରିଷ୍ଠ ନାଗରିକ ହୋଇଥିବାରୁ କୋଭିଡ-୧୯ ନିଦେ୍ର୍ଧଶାବଳୀ ଅନୁଯାୟୀ ତାଙ୍କୁ ଘରେ ରହିବାକୁ ପଡ଼ିବ ବୋଲି କହିଥିଲେ । ପରେ ଇଡି ଅଧିକାରୀମାନେ ପଟେଲଙ୍କ ଘରେ ପହଞ୍ଚି ଜେରା କରିବେ ବୋଲି କୁହାଯାଇଥିଲା ଏବଂ ଏ ନେଇ ସମୟ ଧାର୍ଯ୍ୟ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ପୂର୍ବରୁ ସୋନିଆ ଗାନ୍ଧି ଉପା ଅଧ୍ୟକ୍ଷା ଏବଂ କଂଗ୍ରେସ ସଭାପତି ଥିବା ବେଳେ ପଟେଲ ତାଙ୍କ ରାଜନୈତିକ ସଚିବ ଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook