Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ବଲାଙ୍ଗୀର: ପାଟଣାଗଡ଼ ରାସ୍ତାର ଏକ ଢାବାରୁ ୫ ହଜାର ବୋତଲ କଫ ସିରଫ ଜବତ, ୨ ଗିରଫ

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    କୃଷି କ୍ୟାବିନେଟରେ କି ନିଷ୍ପତି ନିଆଗଲା ଜାଣନ୍ତୁ ?

    Share on :
    ajab-Image
    Date: Sep 2, 2020    Views: 4811

    ରାଜ୍ୟରେ ସାରର ଅଭାବ ନାହିଁ ଋଣ ନେଇନଥିବା ଚାଷୀ ଏବେବି ଋଣ ପାଇପାରିବେ କାଳିଆ ଯୋଜନା ପାଇଁ ୫୫ ଲକ୍ଷ ୨୯ ହଜାର ୮୬୦ ହିତାଧିକାରୀ ଯୋଗ୍ୟ ବଳରାମ ଯୋଜନାରେ ଉପକୃତ ହେବେ ୫ ଲକ୍ଷ ଭାଗଚାଷୀ ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କୃଷି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି  । କ୍ୟାବିନେଟ ବୈଠକର ନିଷ୍ପତି ସମ୍ପର୍କରେ ବିଭାଗୀୟ ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି  ।  ଶ୍ରୀ ଗର୍ଗ କହିଲେଯେ, ଖରିଫରେ ୬୧ ଲକ୍ଷ ହେକ୍ଟର ଚାଷ ହେବାର ଆକଳନ କରାଯାଇଥିଲା  । ଭଲ ବର୍ଷା ଯୋଗୁଁ ଚଳିତ ବର୍ଷ ୫୫.୫୨ ଲକ୍ଷ ହେକ୍ଟରରେ ଚାଷ ହୋଇଛି  । ଗତବର୍ଷ ଏହି ସମୟରେ ୪୭ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଥିଲା  । ସେହିପରି ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ସାର ଉଠାଣ କରାଯାଇଛି  । ଚଳିତ ବର୍ଷ ଏଯାବତ ୬.୬ ଲକ୍ଷ ମେଟ୍ରିକ ଟନ ସାର ଉଠାଣ କରାଯାଇଛି ବୋଲି ଶ୍ରୀ ଗର୍ଗ ସୂଚନା ଦେଇଛନ୍ତି  । ୟୂରିଆକୁ ବିଚାରକୁ ନେଲେ ଗତବର୍ଷ ତୁଳନାରେ ଏବର୍ଷ ଅଧିକ ଉଠାଣ ହୋଇଛି  । ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ୨.୯ ଲକ୍ଷ ମେଟି୍ରକ ଟନ ୟୂରିଆ ଉଠାଣ କରାଯାଇଛି  । ୟୂରିଆ ଯୋଗାଣକୁ ବ୍ୟବସ୍ଥିତ କରିବା ପାଇଁ ନିୟମିତ ଭାବେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯାଉଛି  । ରାଜ୍ୟରେ ସାରର ଅଭାବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି  । କୃଷି ଋଣ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗର୍ଗ କହିଲେଯେ, ଗତବର୍ଷ ତୁଳନାରେ ଚଳିତ ବର୍ଷ ୨ ହଜାର କୋଟି ଟଙ୍କାରୁ ଅଧିକ ଋଣ ପ୍ରଦାନ କରାଯାଇଛି  । ଇତିମଧ୍ୟରେ ବାଣିଜି୍ୟକ ଓ ସମବାୟ ବ୍ୟାଙ୍କ ଜରିଆରେ ୯୯୬୫ କୋଟି ଟଙ୍କାର ଋଣ ଚାଷୀଙ୍କୁ ଦିଆଯାଇଛି  । ଯେଉଁ ଚାଷୀମାନେ ଋଣ ପାଇନଥିବେ ତେବେ ଚଳିତ ମାସରେ ମଧ୍ୟ ସେମାନେ ନିକଟସ୍ଥ ବ୍ୟାଙ୍କରୁ ଋଣ ପାଇପାରିବେ  ।  କ୍ୟାବିନେଟ ବୈଠକରେ ଆମ କୃଷି, ଗ୍ରାମ ପଂଚାୟତ ଅଫିସ ସିଟିଂ, କୃଷକ ଓଡ଼ିଶା, ଅନଲାଇନ ସ୍କିମ ଏମପିଆର ରିପୋର୍ଟିଂ, ଓଡ଼ିଶା ମିଲେଟ ମିଶନ, ବ୍ଲକ ଟେକ୍ନୋଲୋଜି ଟିମ ମିଟିଙ୍ଗସ, କୃଷି ଉନ୍ନତ ସହଯୋଗୀ ଷ୍ଟୁଡେ଼ଂଟ ଆସୋସିଏଟସ ଓ ଡିପାର୍ଟମେଂଟ ହ୍ୱାଟସଆପ ଗ୍ରୁପସ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା  । କରୋନା ସ୍ଥିତିକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ କୃଷକମାନଙ୍କ ପାଇଁ ସହାୟତା ଘୋଷଣା କରିଥିଲେ  । ଏଥିରେ ୨୪ ଲକ୍ଷ ୯୯୮୫୦ ଚାଷୀ ଉପକୃତ ହେବାର ଲକ୍ଷ୍ୟ ରହିଥିବାବେଳେ ଏଯାବତ ୮୧୫୭୯୩ ଜଣ ଉପକୃତ ହୋଇଛନ୍ତି  । କାଳିଆ ଯୋଜନା ପାଇଁ ୫୫ ଲକ୍ଷ ୨୯୮୬୦ ହିତାଧିକାରୀ ଯୋଗ୍ୟ ବିବେଚିତ ହୋଇଛନ୍ତି  । ବଳରାମ ଯୋଜନାରେ ୫ ଲକ୍ଷ ଭାଗଚାଷୀଙ୍କୁ ସହାୟତା ଦେବାପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀ ଗର୍ଗ ପ୍ରକାଶ କରିଛନ୍ତି  । କ୍ଷେତ ପୋଖରୀ ମାଧ୍ୟମରେ ମରୁଡ଼ି ନିରାକରଣ ପାଇଁ ସରକାର ଟାର୍ଗେଟ ରଖିଛନ୍ତି  । ଚଳିତ ଆର୍ଥିକ ବର୍ଷରେ ୧ ଲକ୍ଷ ୩୭୭୦ କ୍ଷେତ ପୋଖରୀ ଖନନ କରିବାର ଲକ୍ଷ୍ୟ ରହିଥିବାବେଳେ ୧୦୩୮ ଟଙ୍କା ବ୍ୟୟରେ ୪.୫୧ କୋଟି ଶ୍ରମଦିବସ ସୃଷ୍ଟି କରାଯିବ  । ସେହିପରି ଦକ୍ଷତା କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରାୟ ୫ ହଜାରରୁ ଉଦ୍ଧ୍ୱର୍ କର୍ମଚାରୀମାନଙ୍କର ଦକ୍ଷତା ନିର୍ଦ୍ଧାରଣ କରିବା ଦିଗରେ ୫ ଗୋଟି ମୁଖ୍ୟ ମାନଦଣ୍ଡ, ଯୋଜନାର କାର୍ଯ୍ୟକାରିତା, ୫ଟିର ଅନୁପାଳନ, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଯୋଜନା କାର୍ଯ୍ୟକାରିତା, ରିସ୍କ ପରିଚାଳନା ଓ ମୋ ସରକାରର ଅନୁପାଳନକୁ ବିଚାରକୁ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook