Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    କୃଷି ପାଇଁ କି ଘୋଷଣା କଲେ କେନ୍ଦ୍ର ସରକାର ?

    Share on :
    ajab-Image
    Date: May 15, 2020    Views: 3029

    ନୂଆଦିଲ୍ଲୀ : ଆତ୍ମ ନିର୍ଭର ଭାରତ ଅଭିଯାନରେ କୃଷି ଉପରେ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ର ସରକାର  । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି  ।

    ୧. ଲକଡାଉନ ସମୟରେ ଚାଷୀଙ୍କ ଠାରୁ ସର୍ବନିମ୍ନ ସହାୟକ ଦରରେ ୭୪୩୦୦ କୋଟି ଟଙ୍କାର ଖାଦ୍ୟସାମଗ୍ରୀ କ୍ରୟ କରାଯାଇଛି ।

    ୨. ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚାଷୀଙ୍କୁ ୧୮୭୦୦ କୋଟି ଟଙ୍କା ଦିଆଯାଇଛି । 

    ୩. ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୬୪୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି  ।

    ୪. ଦୁଗ୍ଧ ସମବାୟ ସମିତିକୁ ବାର୍ଷିକ ୨% ସୁଧ ରିହାତି ପାଇଁ ନୂଆ ଯୋଜନା କରାଯାଇଛି  । ଯେଉଁମାନେ ଠିକ ସମୟରେ ଋଣ ପରିଶୋଧ କରିବେ ସେମାନଙ୍କୁ ମଧ୍ୟ ଅତିରିକ୍ତ ୨% ସୁଧ ରିହାତି ଦିଆଯିବ  ।
    ୫. ଏହାଦ୍ୱାରା ୨ କୋଟି ଚାଷୀ ଉପକୃତ ହେବା ସହ ଅତିରିକ୍ତ ୫ ହଜାର କୋଟିର ଲାଭ ପାଇପାରିବେ  ।

    ୬. କୃଷି ଭିତିଭୂମି ସୁଦୃଢ଼ କରିବା ପାଇଁ ୧ ଲକ୍ଷ କୋଟିର କୃଷି ଭିତିଭୂମି ପାଣ୍ଠି

    ୭. ମାଇକ୍ରୋ ଖାଦ୍ୟ ଉଦ୍ୟୋଗ ନିମନ୍ତେ ୧୦ ହଜାର କୋଟି  । ଏଥିପାଇଁ ଫୁଡ଼ କ୍ଲଷ୍ଟର କରାଯିବ  । ଉଦାହରଣ ସ୍ୱରୂପ; ଉତରପ୍ରଦେଶରେ ଆମ୍ବ, ଜାମ୍ମୁକାଶ୍ମୀରରେ କେଶର, ଉତର ପୂର୍ବାଂଚଳରେ ବାଉଁଶ, ଆନ୍ଧ୍ରପ୍ରଦେଶରେ ଲଙ୍କା 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook