ମୁଖ୍ୟ ଖବର
ବିଶ୍ୱ ପାଇଁ ବିପଦ କାରଣ ସାଜିଥିବା ମହାମାରୀ କରୋନା ଭୂତାଣୁର ଶେଷ ଭବିଷ୍ୟତରେ ସମ୍ଭବ କଥାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଖାରଜ କରିଛି । ତବେ ଭ୍ୟାକ୍ସିନ ଆସିଲେବି ଭବିଷ୍ୟତରେ କରୋନା ସଂକ୍ରମଣର ଭୟ ରହିପାରେ ବୋଲି ଡବ୍ଲୁଏଚଓର ନିଦେ୍ର୍ଧଶକ ଡାକ୍ତର ମାଇକ୍ ରୟାନ୍ ଚେତାଇ ଦେଇଛନ୍ତି । ସୁଇଜରଲ୍ୟାଣ୍ଡସି୍ଥତ ଅନ୍ତର୍ଜାତୀୟ ଜନସ୍ୱାସ୍ଥ୍ୟ ସଂଘର ଡାକ୍ତର ରୟାନ୍ କହିଛନ୍ତି ଯେ, ତାଙ୍କୁ ମିଳିଥିବା ତଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ । କରୋନା ଭାଇରସର ପ୍ରକୋପ ଭବିଷ୍ୟତରେ ମଧ୍ୟ ଶେଷ ହୋଇନପାରେ । ଏହା ଅନ୍ୟ ସଂକ୍ରାମକ ରୂପରେ ମାନବ ସମାଜରେ କେବେବି ଆସିଯାଇ ପାରେ । ତାଙ୍କ କହିବାନୁସାରେ ଏଚଆଇଭି ଏଡ଼ସକୁ ବର୍ତ୍ତମାନ ମଧ୍ୟ ଦୂରେଇ ଦିଆଯାଇପାରିନାହିଁ । କିନ୍ତୁ ଏହିରୋଗ ବିଷୟରେ ଅନେକ କିଛି ଲୋକ ଜାଣିସାରିଲେଣି । ଯଦି କୁହାଯାଏ କରୋନା ରୋଗର ଶେଷ ହୋଇ ଯିବ ତେବେ ସେ କଥାକୁ ବିଶ୍ୱାସ କରାଯାଇ ପାରିବ ନାହିଁ । ଏମିକତିକି ଭ୍ୟାକ୍ସିନ ପ୍ରସ୍ତୁତ ପରେ ମଧ୍ୟ ଏହି ସଂକ୍ରମଣର ନିୟନ୍ତ୍ରଣପାଇଁ ବ୍ୟାପକ ଉଦ୍ୟମର ଆବଶ୍ୟକତା ପଡିବ ବୋଲି ଡ଼ାକ୍ତର ରୟାନ୍ କହିଛନ୍ତି ।
Comments ସମସ୍ତ ମତାମତ