Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କଂଗ୍ରେସ ବିଧାୟିକା ଅଦିତି ସିଂହ ନିଲମ୍ବିତ

    Share on :
    ajab-Image
    Date: May 22, 2020    Views: 4763

    ରାଏବରେଲି: ଦଳବିରୋଧରେ ବୟାନବାଜି କରିବା କଂଗ୍ରେସ ବିଧାୟିକା ଅଦିତି ସିଂହଙ୍କୁ ମହଙ୍ଗା ପଡ଼ିଛି । ତାଙ୍କୁ ଗୁରୁବାର ଦଳରୁ ନିଲମ୍ବନ କରାଯାଇଛି । କଂଗ୍ରେସର ମହିଳା ଶାଖାର ସାଧାରଣ ସମ୍ପାଦକ ପଦରୁ ବି ତାଙ୍କୁ ହଟାଇ ଦିଆଯାଇଛି । ଅନ୍ୟ ପକ୍ଷରେ କଂଗ୍ରେସର ଏଭଳି କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିଥିବା ବିଧାୟିକା ଅଦିତି କହିଛନ୍ତି ୟୁପି ବସ ରାଜନୀତିକୁ ନେଇ ସେ ବୁଧବାର ଟ୍ୱିଟ କରି ଦଳକୁ ଟାର୍ଗେଟ କରିଥିଲେ । ଶସ୍ତା ରାଜନୀତିରୁ ବିରତ ରହିବା ପାଇଁ ସେ ନିଜ ଦଳକୁ ପରାମର୍ଶ ଦେବା ସହ ଯୋଗୀ ସରକାରଙ୍କୁ ପ୍ରଶଂସା କରିଥିଲେ ।
    ଉତ୍ତରପ୍ରଦେଶର ରାଏବରେଲି ସଦର ବିଧାୟକ ଥିବା ଅଦିତି ଦଳ ବିରୋଧରେ ବିଭିନ୍ନ କାର୍ଯ୍ୟକଳାପ ଜାରି ରଖିଥିବା ଅଭିଯୋଗ ହୋଇଛି । ବୁଧବାର ସେ ଯେଉଁ ଦଳବିରୋଧୀ ଟ୍ୱିଟ୍‍ କରିଥିଲେ, ତାହା ଉପରେ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏହାକୁ ନେଇ ୟୁପି କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଛି ।
    ଉଲ୍ଲେଖଯୋଗ୍ୟ ୟୁପିରେ ବସ ରାଜନୀତିକୁ ନେଇ ଯୋଗୀ ସରକାର ଏବଂ କଂଗ୍ରେସ ମୁହାଁମୁହିଁ ହୋଇଥିଲେ । ପ୍ରବାସୀ ଶ୍ରମିକଙ୍କ ପାଇଁ କଂଗ୍ରେସ ଯେଉଁ ୧,୦୦୦ ବସର ତାଲିକା ଦେଇଥିଲା, ସେଥିରେ ଅନେକ ଦୁଇଚକିଆ ଓ ତିନି ଚକିଆ ଗାଡ଼ିର ନମ୍ବର ଥିଲା ବୋଲି ଯୋଗୀ ସରକାରଙ୍କ ମୁଖପାତ୍ର କହିଥିଲେ । ଏଥିସହ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଜବାବ ମାଗିଥିଲେ । ପ୍ରବାସୀ ଶ୍ରମିକମାନେ ସେମାନଙ୍କ ଘରକୁ ଫେରିବାକୁ ଚାହୁଁଥିବା ବେଳେ ୟୁପି ସରକାର ସେମାନଙ୍କ ରାସ୍ତାରେ ବିଧା ସୃଷ୍ଟି କରୁଥିବା ଜବାବରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲ କହିଥିଲେ । ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ।
    ଉଭୟ ପକ୍ଷଙ୍କ ମଧ୍ୟରେ ଜୋରଦାର ମୁହାଁମୁହିଁ ଚାଲିଥିଲା ବେଳେ କଂଗ୍ରେସ ବିଧାୟିକା ତଥା ଗାନ୍ଧି ପରିବାରର ଅତି ନିକଟ ବୋଲାଉଥିବା ଅଦିତି ଏହି ରାଜନୀତିକକୁ ଡେଇଁଥିଲେ । ସେ ବିଜେପିକୁ ନୁହେଁ, ବରଂ ନିଜ ଦଳକୁ ସମାଲୋଚନା କରିଥିଲେ । ଟ୍ୱିଟ କରି ସେ କହିଥିଲେ, ଯଦି ବସ୍‍ ଅଛି, ତେବେ ରାଜସ୍ଥାନ, ପଞ୍ଜାବ ଓ ମହାରାଷ୍ଟ୍ରରେ କାହିଁକି ଲଗାଗଲା ନାହିଁ । ଏଭଳି ସ୍ଥିତିରେ ଶସ୍ତା ରାଜନୀତି କରିବା ଉଚିତ ନୁହେଁ । ୧,୦୦୦ ବସର ତାଲିକା ପଠାଗଲା । କିନ୍ତୁ ସେଥିରେ ଅଧାରୁ ଅଧିକ ବସ୍‍ ନମ୍ବର ଜାଲ । ୨୯୭ ଟଙ୍କା ଦଦରା ବସ, ୯୮ ଅଟୋ ରିକ୍ସା ଓ ଆମ୍ବୁଲାନ୍ସ ଭଳି ଗାଡ଼ି, ୬୮ଟି ଗାଡ଼ି କାଗଜବିହୀନ ରହିଛି । ଏଭଳି ସ୍ଥିତିରେ କାହିଁକି ନିଷ୍ଠୁର ରାଜନୀତି କରାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook