Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ରାଜାରହାଟରୁ ଲଢିବେ ଗାୟିକା ଆଦିତି ମୁନସୀ

    Share on :
    ajab-Image
    Date: Mar 13, 2021    Views: 4966

    ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ(ଟିଏମସି) ନିଜର ୨୯୧ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।  ଏହା ଦ୍ୱାରା ଏବେ ପଶ୍ଚିମବଙ୍ଗର  ନିର୍ବାଚନୀ ପାଣିପାଗ ଆହୁରି ସରଗରମ ହୋଇଯାଇଛି ।  ତେବେ ସମସ୍ତଙ୍କ ନଜର ଏବେ ଷ୍ଟାର ପ୍ରାର୍ଥୀଙ୍କ ଉପରେ ରହିଛି  । ନିକଟରେ ଟିମଏସିରେ ସାମିଲ ହୋଇଥିବା ଗାୟିକା ଆଦିତି ମୁନସୀଙ୍କୁ ମଧ୍ୟ ଦଳ ଟିକେଟ ପ୍ରଦାନ କରିଛି । ରାଜାରହାଟ ନିର୍ବାଚନମଣ୍ଡଳୀରୁ ଲଢିବା ପାଇଁ ଦଳ ତାଙ୍କୁ ଟିକେଟ ପ୍ରଦାନ କରିଛି । 

    ଗତ ମାର୍ଚ୍ଚ ୫ ତାରିଖ ଦିନ ଆଦିତି ମୁନସୀ ଟିଏମସିରେ ଯୋଗଦାନ କରିଥିଲେ । ଯୋଗଦାନ ଅବସରରେ ସେ ମମତା ବାନାର୍ଜୀଙ୍କ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ମମତା ବାନାର୍ଜୀ  ଆମ ଭଳି ଗାୟକ ଗାୟିକାଙ୍କ ଚିନ୍ତା କରିଥାନ୍ତି ।  ମୋତେ ଲାଗୁନାହିଁ ତାଙ୍କ ଭଳି ଆଉ କେହି ଏମିତି ଚିନ୍ତା କରୁଥିବେ ।  ସେ ବଙ୍ଗାଲକୁ ବହୁତ ଭଲ ପାଇଥାନ୍ତି । ସେ ବଙ୍ଗାଲର ବାସ୍ତବିକ ଅବତାର । ମୋର ରାଜନୀତିରେ ଅଧିକ ଅନୁଭବ ନାହିଁ ବୋଲି କହିଥିଲେ । ତେବେ  ମୁଁ ରାଜନୀତିକୁ ଆସି ଲୋକଙ୍କୁ ନିରାଶ କରିବି ନାହିଁ ବୋଲି କହିଥିଲେ ।  

     

    Maximum 500 characters

    ଆମ ସମସ୍ୟା View all

    Find Us on Facebook