Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଆଧାର-ପାନ୍ ଲିଙ୍କ ନ କଲେ ୧୦ ହଜାର ଟଙ୍କା ଜରିମାନା

    Share on :
    ajab-Image
    Date: Mar 3, 2020    Views: 3659

    ନୂଆଦିଲ୍ଲୀ: ଆଧାର ସିହିତ ପାନ୍ ଲିଙ୍କ ନ କରିବା ମହଙ୍ଗା ପଡ଼ିପାରେ । ଯେଉଁ ଟିକସଦାତାମାନେ ଚଳିତ ମାସ ୩୧ ସୁଦ୍ଧା ସେମାନଙ୍କ ପାନ୍ ସହିତ ଆଧାରକୁ ଲିଙ୍କ କରିନଥିବେ ସେମାନଙ୍କ ଉପରେ ୧୦ ହଜାର ଟଙ୍କାର ଜରିମାନା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ଏକ ନୂତନ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଧାର-ପାନ୍ ଲିଙ୍କ କରିବାର ସମୟ ସୀମାକୁ ଏହା ପୂର୍ବରୁ ବହୁବାର ବୃଦ୍ଧି କରାଯାଇଛି । ଶେଷ ଥର ପାଇଁ ଏହି ସମୟ ସୀମାକୁ ୨୦୧୯ ଡିସେମ୍ବରରୁ ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଧାର୍ଯ୍ୟ ସମୟ ସୀମା ଭିତରେ ଯେଉଁମାନେ ପାନ୍ ସହିତ ଆଧାର ଲିଙ୍କ ନ କରିବେ ସେମାନଙ୍କ ପାନକୁ ‘ନିଷ୍କି୍ରୟ’ ଘୋଷଣା କରାଯିବ ବୋଲି ଆୟକର ବିଭାଗ କହିଥିଲା । ଏବେ ଜାରି କରାଯାଇଥିବା ଏକ ନୂତନ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ଯେଉଁମାନେ ଆଧାର-ପାନ୍ ଲିଙ୍କ ନ କରିବେ ସେମାନଙ୍କ ଉପରେ ଆୟକର ନିୟମ ଆଧାରରେ ଜରିମାନା ଲାଗୁ କରାଯିବ ।

    Maximum 500 characters

    ଅର୍ଥନୀତି View all

    Find Us on Facebook