Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏସିଡିଟିର ଘରୋଇ ଉପଚାର ସମ୍ପର୍କରେ ଜାଣନ୍ତୁ

    Share on :
    ajab-Image
    Date: Feb 20, 2021    Views: 2473

    -ଖାଲି ପେଟରେ ଅଧିକ ମାତ୍ରରେ କଫି ବା ଚା’ ପିଉଥିଲେ , ପିଇବାର ପରିମାଣକୁ କମ୍ କରିବା ଉଚିତ୍ । ଏପରି କରିବା ଦ୍ୱାରା ଏସିଡିଟି ମଧ୍ୟ କମ୍ ହୋଇଥାଏ ।

    -ପ୍ରତିଦିନ ଗୁଜୁରାତି  ଖାଇବାର ଅଭ୍ୟାସ କରିବା ଉଚିତ୍ । ଏହା ଖାଇବା ଦ୍ୱାରା , ଏସିଡିଟି କମ୍ ହେବାର ସମ୍ଭାବନା ରହିଥାଏ । ଯେତେବେଳେ ପେଟ ଜଳିବା ସମସ୍ୟା ଦେଖାଦେବ ସେତେବେଳେ, ଗୋଟେ ଗୁଜୁରାତି ନେଇ ଖାଇବା ଦ୍ୱାରା, ଏହା ଭଲ ପ୍ରଭାବ ପକାଇଥାଏ । ଏସିଡିଟିରୁ ମୁକ୍ତି ପାଇବା ପାଇଁ ଏହି ଘରୋଇ ଉପାୟ ବହୁତ୍ ଲାଭଦାୟକ ହୋଇଥାଏ ।

    -ତୁଳସୀ , ଏହା କେବଳ ଏସିଡିଟି ପାଇଁ ନୁହେଁ, ବରଂ ଏହା ଶରୀରର ଅନେକ୍ ରୋଗ ପାଇଁ ବହୁତ୍ ଉପକାରୀ ହୋଇଥାଏ । ତେବେ ପ୍ରତିଦିନ ଖାଦ୍ୟ ଖାଇ ସାରିବା ପରେ, କିଛି ତୁଳସୀ ପତ୍ର ଚୋବାଇ ଖାଇବା ଭଲ । ନଚେତ୍ ଗରମ ପାଣିରେ ଏହାକୁ ପକାଇ ମଧ୍ୟ ସେବନ କରି ପାରିବେ । ଏପରି କରିବା ଦ୍ୱାରା ଏସିଡିଟିରୁ ଆରାମ୍ ମିଳିଥାଏ ।

    -ପୁଦିନା  ସବୁବେଳେ ପେଟ ଜନିତ ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରେ । ପାଣିରେ ଲେମ୍ବୁ ରସ,ଲୁଣ ଓ ପେଶା ହୋଇଥିବା ପୋଦିନା ପକାଇ, ପିଇବା ଦ୍ୱାରା ଏସିଡିଟିରୁ ଆରାମ ପ୍ରଦାନ କରିବାରେ ସାହାଯ୍ୟ କରେ ।

    -ଅଁଳାରେ ଅନେକ୍ ଔଷଧିୟ ଗୁଣ ଭରି ରହିଛି । ଏସିଡିଟିର ସମସ୍ୟା ଭୋଗୁଥିଲେ, ଲୁଣ ସହିତ ଅଁଳାକୁ ଖାଇବା ବହୁତ୍ ଭଲ । ଅଁଳାକୁ ବିଭିନ୍ନ ଉପାୟରେ ସେବନ କରାଯାଇପାରେ । ଯେପରିକି ଲୁଣ ସହିତ ଚୋବାଇ ଖାଇବା,ଅଁଳା ଜୁସ୍ ପ୍ରସ୍ତୁତ କରି ପିଇବା,ଅଁଳା ଚଟଣୀ ଏପରି ବିଭିନ୍ନ ଉପାୟରେ ଏହାର ସେବନ କରିପାରିବେ ।

    Maximum 500 characters

    ବିଶେଷ View all

    Find Us on Facebook