Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଦୁର୍ଘଟଣାରେ କକା ଝିଆରୀ ମୃତ

    Share on :
    ajab-Image
    Date: May 15, 2020    Views: 3051

    ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା  ରାଜନଗରସ୍ଥ  ଗୋପାଳପୁର ଛକରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।  ଏକ ଟ୍ରକ ଧକ୍କାରେ ବାଇକରେ ଯାଉଥିବା ୨ ଜଣଙ୍କ ମୃତୁ୍ୟ ହୋଇଛି । ମୃତକମାନେ ସମ୍ପର୍କରେ କକା ଓ ଝିଆରୀ ବୋଲି ଜଣାଯାଇଛି ।  ମୃତକମାନେ ହେଲେ ଓସ୍ତିଆ ଗାଁର ନଗମାନନ୍ଦ ସାହୁ ଓ ଝିଆରୀ ପୂର୍ଣ୍ଣିମା ସାହୁ ।  ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ତ୍ତଉତ୍ତେଜନା ପ୍ରକାଶ ପାଇଛି । 

    ଆଜି ସକାଳ ପ୍ରାୟ ସାଢେ ୧୦ଟା ସମୟରେ ଓସ୍ତିଆ ଗାଁର ନିଗମାନନ୍ଦ ସାହୁ(୨୭) ବାଇକରେ ନିଜ ଝିଆରୀ ପୁନମ ସାହୁ (୬)ଙ୍କୁ ଧରି ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଉଥିଲେ।  ରାଜନଗରର ଗୋପାଳପୁର ଛକରେ ଏକ ଟ୍ରକ୍ ପଛପଟୁ ନିଗମାନନ୍ଦଙ୍କ ବାଇକକୁ ଧକ୍କା ଦେଇଥିଲା।

    ଏଥିରେ ଉଭୟ ନିଗମାନନ୍ଦ ଓ ପୁନମ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ସ୍ଥାନୀୟ ଲୋକେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଏଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଟ୍ରକକୁ ଜବତ କରିଥିଲା।

    Maximum 500 characters

    ଆଂଚଳିକ View all

    Find Us on Facebook