Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ଆଂଚଳିକ

ମୁଖ୍ୟ ଖବର

    ଦୁଇ ବାଇକ ମୁହାଁମୁହିଁ ; ୨ ମୃତ , ଦୁଇ ଗୁରୁତର

    Share on :
    ajab-Image
    Date: Nov 6, 2019    Views: 13

    କୋରେଇ : ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ପାଟୁଳୀ ଛକ ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇ ବାଇକ ଆହୋରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ଗ୍ରାମର ଦୁଃଶାସନ ମଲ୍ଲିକଙ୍କ ପୁଅ ବିକାଶ (୨୮) ଓ  ଯାଜପୁର ଟାଉନସ୍ଥିତ ଚଇନପୁର ଗ୍ରାମର ହାପି ଦାସ (୩୬)। ଗୁରୁତର ଆହତ ହେଲେ କେନ୍ଦୁଝର ଜିଲା ହରିଚନ୍ଦନପୁର ଅଞ୍ଚଳ ଦଶମତୀ ଚତରା (୩୨) ଓ ଲକ୍ଷ୍ମୀ ମୁଣ୍ଡା (୧୯)। କଳିଙ୍ଗନଗର ସ୍ଥିତ ଜିନ୍ଦଲ କାରଖାନାରେ ବିକାଶ ସୁପରଭାଇଜର ଭାବେ କାର୍ୟ୍ୟ କରୁଥିଲେ। ସେ ଆଜି ସକାଳେ ବାଇକରେ କାରଖାନାକୁ ଯାଉଥିଲେ। ସେହି ସମୟରେ ଯାତ୍ରା ଦେଖି ହାପି ନିଜ ବାଇକରେ ଦଶମତୀ ଓ ଲକ୍ଷ୍ମୀଙ୍କୁ ବସାଇ ଯାଜପୁର ଟାଉନ ଅଭିମୁଖେ ଯାଉଥିବା ସମୟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହେବା ସହ ଦଶମତୀ ଓ ଲକ୍ଷ୍ମୀ ଗୁରୁତର ହୋଇଥିଲେ। ସ୍ଥାନୀୟଲୋକେ ଦୁଇ ମହିଳାଙ୍କୁ ଉଦ୍ଧାର କରି ଯାଜପୁର ରୋଡ଼ ସ୍ଥିତ କ୍ଷେତ୍ରୀୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଦୁଇ ବାଇକକୁ ଜବତ କରିବା ସହ ହାପି ଓ ବିକାଶଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

    Maximum 500 characters

    ଆଂଚଳିକ View all

    Find Us on Facebook