Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବାଇକକୁ ପିଟିଦେଲା ବସ, ୩ ମୃତ

    Share on :
    ajab-Image
    Date: Mar 4, 2021    Views: 3439

    ଭୁବନେଶ୍ୱର: ଧର୍ମଗଡରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବାଇକକୁ ବସ ପିଟି ଦେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତୁ୍ୟ ଘଟିଛି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଥିବାବେଳେ ପୋଲିସ ଆସି ଛାନଭିନ ଆରମ୍ଭ କରିଛି । 
    ମିଳିଥିବା ସୂଚନାନୁଯାୟୀ, ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଡଙ୍ଗିରିଗୁଡା ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ବସ୍ ଓ ବାଇକ ମୁହାଁମୁହିଁ ଧକ୍କ୍ା ହେବାରୁ ବାଇକଟି ଛିଟକି ପଡିଥିଲା   । ଫଳରେ ବାଇକରେ ଥିବା ୩ ଜଣଙ୍କର ମୃତୁ୍ୟ ଘଟିଛି  । ମୃତକଙ୍କ ମଧ୍ୟରେ ୫ବର୍ଷରେ ଝିଅଟିଏ ମଧ୍ୟ ଅଛି  । ତେବେ ପୋଲିସ ଗାଡି ଜବତ କରି ତଦନ୍ତ କରୁଥିବାବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ । 

    Maximum 500 characters

    ତାଜା ଖବର View all

    Find Us on Facebook