Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସାତକୋଶିଆ ଘାଟିରୁ ଓଲଟିଲା ବସ୍

    Share on :
    ajab-Image
    Date: Mar 4, 2021    Views: 3497

    ଆନନ୍ଦପୁର: ପୁଣି ଘାଟିରୁ ଓଲଟିଲା ଯାତ୍ରୀବାହୀ ବସ୍‌। ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ଜଣାପଡ଼ିଛି। ସାତକୋଶିଆ ଘାଟିରେ ଘଟିଛି ଏହି ଦୁର୍ଘଟଣା।
    ହ୍ୟୁମାଲ ନାମକ ବସ୍ ଆନନ୍ଦପୁର- କରଞ୍ଜିଆରୁ ଭୁବନେଶ୍ବର ଆସୁଥିଲା । ଆନନ୍ଦପୁର-କରଞ୍ଜିଆ ରାସ୍ତାର ସାତକୋଶିଆ ଘାଟିରୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ ୨୦ ରୁ ଉର୍ଧ ଯାତ୍ରୀ ଆହତ ହୋଇଥିବାବେଳେ ୬ଜଣ ଗୁରୁତର ହୋଇଛନ୍ତି ।
    ବସ୍‌ରେ ପାଖାପାଖି ୪୦ ଜଣ ଯାତ୍ରୀ ଥିଲେ। ସୌଭାଗ୍ୟବଶତଃ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କିଛି ଯାତ୍ରୀ। ଆହତ ବ୍ୟକ୍ତିଙ୍କୁ ଆନନ୍ଦପୁର ଅଗ୍ନିଶ୍ରମ ବିଭାଗ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲ ପଠାଇଛନ୍ତି। ତେବେ ଦୁର୍ଘଟଣାର ସଠିକ୍ କାରଣ ଜଣାପଡି ନାହିଁ ।

    Maximum 500 characters

    ତାଜା ଖବର View all

    Find Us on Facebook