Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମର୍ମନ୍ତୁଦ: ଟ୍ରକକୁ ପିଟିଲା କାର, ୧୪ ମୃତ

    Share on :
    ajab-Image
    Date: Nov 21, 2020    Views: 3048

    ପ୍ରତାପଗଡ଼:ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଶିଶୁଙ୍କ ସମେତ ୧୪ ଜଣଙ୍କ ମୃତୁ୍ୟ ହୋଇଯାଇଛି । ଦେଶରାଜ ଇନାରା ଗ୍ରମା ନିକଟସ୍ଥ ପ୍ରୟାଗରାଜ ଲକ୍ଷ୍ନୌ ଜାତୀୟ ରାଜପଥରେ ରାତିରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ନବାଗଞ୍ଜରେ ଏକ ବିବାହ ଉତ୍ସବରେ ଯୋଗ ଦେଇ କୁଣ୍ଡା ସ୍ଥିତ ସେମାନଙ୍କ ଗ୍ରାମକୁ ଏକ ଏସୟୁଭିରେ ଫେରୁଥିଲେ । ପ୍ରତାପଗଡ଼ ଏସପି ଅନୁରାଗ ଆର୍ଯ୍ୟଙ୍କ କହିବାନୁସାରେ ପ୍ରୟାଗରାଜ ଲକ୍ଷ୍ନୌ ରାଜପଥ ନିକଟରେ ଟ୍ରକଟି ପାର୍କ ହୋଇଥିଲା । ତେବେ ଏସୟୁଭିଟି ଦ୍ରୁତ ଗତିରେ ଆସି ଟ୍ରକ ପଛରେ ଖୁବ ଜୋରରେ ପିଟତ ହୋଇଥିଲା । ଫଳରେ ୧୪ ଜଣଙ୍କ ଜୀବନ ଚାଲିଯାଇଛି । ସଙ୍ଗେ ସଙ୍ଗେ ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଅନ୍ୟ ପକ୍ଷେ ଟ୍ରକ ତଳୁ କାର ବାହାର କରିବା ପରେ ଅନ୍ୟମାନଙ୍କ ମୃତ ଦେହ କଢ଼ା ଯାଇଥିଲା । ଟ୍ରକ ତଳୁ କାଢ଼ିବା ପାଇଁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥିଲା । ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଶିଶୁଙ୍କ ବୟସ ୭ ରୁ ୧୫ ବର୍ଷ ମଧ୍ୟରେ ଅନ୍ୟମାନଙ୍କ ବୟସ ୨୦ ରୁ ୬୦ ବର୍ଷ ବୟସ ମଧ୍ୟରେ । ଅନ୍ୟ ପକ୍ଷରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତଙ୍କ ପରିବାର ସଦସ୍ୟଙ୍କ ପାଇଁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook