Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଦୁର୍ଘଟଣାରେ ୨ ମୃତ, ୬ ଗୁରୁତର

    Share on :
    ajab-Image
    Date: Sep 16, 2020    Views: 6353

    ମୟୁରଭଞ୍ଜ : ମୟୁରଭଞ୍ଜ ଜିଲା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ବୁଧବାର  ଅଟୋକୁ ଧକ୍କା ଦେଇ ଏକ ଟ୍ରକ ଓଲଟି ପଡ଼ିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ୨ ମୃତକ ମଧ୍ୟରେ ଜଣେ ସ୍କୁଲ ଛାତ୍ର ଓ ଅନ୍ୟ ଜଣେ ଅଭିଭାବକ ଥିବା ଜଣାପଡ଼ିଛି। ଅନ୍ୟ ଗୁରୁତରଙ୍କୁ ବାଙ୍ଗିରିପୋଷି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୨ ଜଣ ମୃତ୍ୟୁ ହୋଇଥିଲା। ବିଶୋୟୀରୁ ଶୁଳିଆପଦାକୁ ଏକ ଅଟୋରେ ୧୨ ଜଣ ଯାଉଥିଲେ। ମଧ୍ୟାହ୍ନ ଭୋଜନ ଚାଉଳ ଆଣିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook