Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଦୁର୍ଘଟଣା: ଦୁଇ ବାଇକ ଆରୋହୀ ମୃତ

    Share on :
    ajab-Image
    Date: Jun 1, 2020    Views: 2602

    ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଝଗରପୁର ନିକଟରେ ଥିବା ବିଜୁ ଏକ୍ସପ୍ରେସ ୱେରେ ଗତକାଲି ରାତି ୧୦ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି ।

     ଏକ ବୁଲେଟରେ ରାଉରକେଲାର ଦୁଇ ଯୁବ ବ୍ୟବସାୟୀ ରାଜଗାଙ୍ଗପୁରରୁ ରାଉରକେଲା ପଟକୁ ଯାଉଥିବା ସମୟରେ  ଝଗରପୁର ନିକଟରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ରାଜଗାଙ୍ଗପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ବୁଲେଟ ଆରୋହୀଙ୍କୁ ଉଦ୍ଧାର କରି ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଜଣଙ୍କୁ ଡାକ୍ତର ମୃତ ଘୋଷଣ କରିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଯାଇଥିଲା ସେଠାରେ ତାଙ୍କର ମଧ୍ୟ  ମୃତ୍ୟୁ ହୋଇଥିଲା ।
     ମୃତକ ଦ୍ୱୟ ରାଉରକେଲା ବାସନ୍ତୀ କଲୋନୀ ଅଞ୍ଚଳର ଗୌତମ କୁମାର ସାହୁ ଏବଂ ବିକି ସାହୁ ବୋଲି  ଜଣାପଡ଼ିଛି ।

    Maximum 500 characters

    ଆଂଚଳିକ View all

    Find Us on Facebook