Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଏବିଭିପି ସଭାପତି ହେଲେ ଅଧ୍ୟାପିକା ଗାର୍ଗୀ ବାନାର୍ଜୀ ଓ ସମ୍ପାଦକ ସୌଭାଗ୍ୟ ମହାନ୍ତି

    Share on :
    ajab-Image
    Date: Mar 9, 2021    Views: 5815

    ଭୁବନେଶ୍ୱର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ୪୫ ତମ ରାଜ୍ୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର ଅଧ୍ୟକ୍ଷ ହରିହର ହୋତା ଯୋଗ ଦେଇ କର୍ମକର୍ତ୍ତାଙ୍କୁ ମାର୍ଗଦର୍ଶନ ଦେଇଥିଲେ । ରାଜ୍ୟରେ ଶିକ୍ଷାର ସ୍ଥିତି ବିଷୟରେ ପ୍ରସ୍ତାବ ପାରିତ ହେବା ସହ ଜାତୀୟ ଶିକ୍ଷାନୀତି ଓ କୃଷି ବିଲ ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ ନୂତନ ଶିକ୍ଷା ପାଇଁ ସଂଗଠନର କାର୍ଯ୍ୟକାରିଣୀ ଘୋଷଣା କରାଯାଇଥିଲା । ରାଜ୍ୟ ସଭାପତି ଭାବେ ଅଧ୍ୟାପିକା ଗାର୍ଗୀ ବାନାର୍ଜୀ, ଉପସଭାପତି ଭାବେ ଅଧ୍ୟାପକ ଶିବ ପ୍ରସାଦ ତି୍ରପାଠୀ, ଧବଳେଶ ହୋତା, ଡଃ.ଅକ୍ଷୟ ରଥ ଓ ସୌମେନ୍ଦ୍ର ସ୍ୱାଇଁଙ୍କୁ ଦାୟିତ୍ୱ ଦିଆଯାଇଛି । ପ୍ରାଚୀନ ଓ ବର୍ତ୍ତମାନର ଗୁରୁକୁଳ ଶିକ୍ଷାର ସାମଞ୍ଜସ୍ୟକୁ ନେଇ ସେ ବିସ୍ତୃତ ଆଲୋଚନା କରିଥିଲେ । ପରିଷଦର ରାଷ୍ଟ୍ରୀୟ ସମ୍ପାଦିକା ବିନିତା ଇନ୍ଦ୍ୱାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook