Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଡି’ଭିଲିୟର୍ସଙ୍କୁ ଅନୁରୋଧ କଲା କିକ୍ରେଟ ଦକ୍ଷିଣ ଆଫି୍ରକା, କ’ଣ ଜାଣନ୍ତୁ

    Share on :
    ajab-Image
    Date: Apr 30, 2020    Views: 5168

    ନୂଆଦିଲ୍ଲୀ: ଦକ୍ଷିଣ ଆଫି୍ରକା କି୍ରକେଟ ବୋର୍ଡ ଏବି ଡି ଡିଲିୟର୍ସଙ୍କୁ ପୁଣି ଥରେ ଜାତୀୟ ଦଳର ନେତୃତ୍ୱ ନେବାକୁ ଅନୁରୋଧ କରିଛି । କିନ୍ତୁ ଡିଭିଲିୟର୍ସ ଅବସର ନେବା ପରଠୁ ଭଲ ଲୟରେ ଗତି କରୁଥିବା ବୋର୍ଡକୁ ଜଣାଇ ଦେଇଛନ୍ତି । ଡିଭିଲିୟର୍ସ ୨୦୧୮ ମସିହା ମେ’ ମାସରେ ଆନ୍ତର୍ଜାତିକ କି୍ରକେଟରୁ ଅବସର ଘୋଷଣା କରିଥିଲେ । କିନ୍ତୁ ପରେ ତାଙ୍କ ଜାତୀୟ ଦଳକୁ ଫେରିଆସିବା ପାଇଁ ଅନେକ ଚର୍ଚ୍ଚା ହୋଇଥିଲା । ଡିଭିଲିୟର୍ସ ଦକ୍ଷିଣ ଆଫି୍ରକା ପାଇଁ ୧୧୪ ଟେଷ୍ଟ, ୨୨୮ ଦିନିକିଆ ଓ ୭୮ ଟ୍ୱେଣ୍ଟି-୨୦ ମ୍ୟାଚ ଖେଳିଛନ୍ତି । ଡିଭିଲିୟର୍ସ ନିଜକୁ ଆନ୍ତର୍ଜାତିକ ସ୍ତରରେ ଖେଳିବା ପାଇଁ ଯଦି ଯୋଗ୍ୟ ଅନୁଭବ କରନ୍ତି ସେତେବେଳେ ସେ ଦଳକୁ ଫେରିପାରିବେ ବୋଲି କହିଛନ୍ତି । ତାଙ୍କ ମତରେ ତାଙ୍କୁ ସବୁବେଳେ ଶ୍ରେଷ୍ଠ ଲୟରେ ରହିବାକୁ ପଡ଼ିବ ଓ ତାଙ୍କ ପଛକୁ ରହୁଥିବା ଖେଳାଳିଙ୍କ ଅପେକ୍ଷା ତାଙ୍କୁ ଶ୍ରେଷ୍ଠତମ ହେବାକୁ ହେବ । ଏହା ପରେ ଯଦି ଦଳରେ ସ୍ଥାନ ପାଇବାକୁ ନିଜକୁ ଉଚିତ ମଣିବେ, ତା ହେଲେ ଯାଇ ଦଳକୁ ଫେରିବା ତାଙ୍କ ପାଇଁ ସହଜ ହୋଇଯିବ ବୋଲି ଡିଭିଲିୟର୍ସ କହିଛନ୍ତି । ଗତ କିଛି ଦିନ ଧରି ଡିଭିଲିୟର୍ସ ଦଳର ଅଂଶ ହୋଇ ରହିନାହାନ୍ତି । ତେଣୁ ଦଳରେ ରହିବା ପାଇଁ ମୁଁ ଯୋଗ୍ୟ ବୋଲି ନିଜକୁ ଓ ଅନ୍ୟମାନଙ୍କୁ ହୃଦବୋଧ ହେବାକୁ ପଡ଼ିବ । ପୂର୍ବରୁ ଦକ୍ଷିଣ ଆଫି୍ରକା ପ୍ରଶିକ୍ଷକ ମାର୍ଚ୍ଚ ବାଉଚର, ଡିଭିଲିୟର୍ସଙ୍କୁ ଟ୍ୱେଣ୍ଟି-୨୦ ବିଶ୍ୱକପ ପାଇଁ ଜାତୀୟ ଦଳରେ ସାମିଲ କରାଯିବାକୁ ଯୁକ୍ତି ବାଢ଼ିଥିଲେ । ଯଦି ଡିଭିଲିୟର୍ସ ଭଲ ପ୍ରଦର୍ଶନ କରନ୍ତି ଓ ନିଜକୁ ଏହି କାର୍ଯ୍ୟ ପାଇଁ ଶ୍ରେଷ୍ଠ ଖେଳାଳି ଭାବେ ପ୍ରମାଣିତ କରିବେ ତା ହେଲେ ତାଙ୍କୁ ଦଳରେ ନିଆଯିବା ଉଚିତ ବୋଲି ବାଉଚର କହିଥିଲେ । କିନ୍ତୁ କୋଭିଡ-୧୯ ଯୋଗୁଁ କି୍ରକେଟର ପରବର୍ତ୍ତୀ ପର୍ଯ୍ୟାୟ କେବେ ଖେଳାଯିବ ତାହା ଅନିଶ୍ଚିତତା ଭିତରକୁ ଚାଲିଯାଇଛି ।

    Maximum 500 characters

    ଖେଳ ଖବର View all

    Find Us on Facebook