Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଟ୍ୱିନ୍ ସିଟିରେ ଦେଢ଼ଘଣ୍ଟା ଧରି ପ୍ରବଳ ବର୍ଷିଲା

ଓଡିଶା ଫେରିଲେ କେରଳରେ ଫସିରହିଥିବା ୧୬୯ ଓଡିଆ ଝିଅ

ଆଜିଠାରୁ ପୁଣି ଥରେ ଆରମ୍ଭ ହେଲା ଶ୍ରୀମନ୍ଦିର ସୌନ୍ଦର୍ୟ୍ୟକରଣ କାର୍ୟ୍ୟ

ଆଠଗଡ :ପୁଅକୁ ମାରି ବାଡି ପଛ ପଟେ ପୋତି ଦେଇଥିଲା ବାପା

ପୁଣି ୬୩ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି

banner

କଳା

ମୁଖ୍ୟ ଖବର

    ୨୨ଟି ଭାରତୀୟ ଭାଷାରେ ଗୀତ ଗାଇ ଚର୍ଚ୍ଚାରେ

    Share on :
    ajab-Image
    Date: Dec 2, 2019    Views: 2932

    ଧର୍ମନିରପେକ୍ଷତା ପାଇଁ ଭାରତ ସାରା ବିଶ୍ୱରେ ପରିଚିତ । ଜାତି, ଧର୍ମ, ବର୍ଣ୍ଣ ତଥା ଭାଷା ଭେଦରେ ସମସ୍ତ ଭାରତୀୟ ଏକ; ଏବଂ ଏହା ହିଁ ଭାରତୀୟ ସଂସ୍କୃତି ଓ ମହାନ ପରମ୍ପରାର ପରିଚୟ । ଏହି ପରିଚୟକୁ ଆହୁରି ସମୃଦ୍ଧି କରିବା ଲକ୍ଷ୍ୟରେ ଜଣେ ଭାରତୀୟ କିଶୋରୀଙ୍କ ଅନନ୍ୟ ଉଦ୍ୟମ ଏବେ ଚର୍ଚ୍ଚାରେ । ମୁମ୍ବାଇର ଏହି ପନ୍ଦର ବର୍ଷ ବୟସ୍କା କିଶୋରୀଙ୍କ ନାଁ ଆର୍ଶା ମୁଖାର୍ଜୀ । ଭାରତୀୟ ସମ୍ବିଧାନ ଦ୍ୱାରା ସ୍ୱୀକୃତ ସମସ୍ତ ବାଇଶଟି ଭାଷାରେ ସେ ଏକ ଗୀତ ରଚନା କରିଛନ୍ତି ଏବଂ ନିଜେ ଗାଇଛନ୍ତି । ଭାରତୀୟ ମହିମା ଓ ଐତିହ୍ୟ ଉପରେ ପର୍ଯ୍ୟବସିତ ଏହି ଗୀତଟି ଶୁଣିବାକୁ ବେଶ୍ ମନଛୁଆଁ । ଗୀତର ପ୍ରତିଟି ଶବ୍ଦରେ ବିଭିନ୍ନତା ମଧ୍ୟରେ ଜାତୀୟ ଏକତା ଓ ସନଭାବନାର ଭାବନା ପ୍ରସ୍ଫୁଟିତ । ଆର୍ଶାଙ୍କ ସଙ୍ଗୀତ ଏବେ ୟୁଟୁ୍ୟବ ସମେତ ଏକାଧିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମୁମ୍ବାଇର ଆଇବି ସ୍କୁଲର ଛାତ୍ରୀ ଆର୍ଶା ପ୍ରଥମେ ଇଂରାଜୀ ଭାଷାରେ ଗୀତଟି ଲେଖିଥିଲେ । ପରେ ଅନ୍ୟମାନଙ୍କ ସହାୟତାରେ ଗୀତଟିକୁ ଅନୁବାଦ କରିଥିଲେ । ତେବେ ହିନ୍ଦୀ, ତାମିଲ କିମ୍ବା ବେଙ୍ଗଲୀ ଭଳି ଜଣାଶୁଣା ଭାଷା ନୁହେଁ, ସାନ୍ତାଳୀ ଏବଂ ବୋଡୋ ଭଳି କଷ୍ଟ କର ଭାଷାରେ ମଧ୍ୟ ଗୀତଟିକୁ ସେ ଗାଇଛନ୍ତି । ଶୁଦ୍ଧ ଉଚ୍ଚାରଣ ପାଇଁ ତାଙ୍କୁ ଚାରିମାସ ସମୟ ଲାଗିଥିଲା ।

    Maximum 500 characters

    କଳା View all

    Find Us on Facebook