ମୁଖ୍ୟ ଖବର
କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥି ପୂର୍ବରୁ ଅଁଳା ନବମୀ ଭାବେ ଖ୍ୟାତ । ଏହି ଦିନ ଅଁଳା ବୃକ୍ଷକୁ ପୂଜା କରାଯାଏ । ଏହା ଦ୍ୱାରା ଅଖଣ୍ଡ ସୌଭାଗ୍ୟ, ଆରୋଗ୍ୟ, ସନ୍ତାନ ଓ ସୁଖ ପ୍ରାପ୍ତି ହୁଏ ବୋଲି ଓଡ଼ିଆଙ୍କ ବିଶ୍ୱାସ । ଏହି ଦିନ ଦାନ, ପୂଜା, ଭକ୍ତି, ସେବା ଆଦି ଯାହା ବି ଶୁଭ କାର୍ଯ୍ୟ କରାଯାଏ । ତା’ର ପୂଣ୍ୟଫଳ ଜନ୍ମ ଜନ୍ମାନ୍ତର ପ୍ରାପ୍ତ ହୁଏ । ଏହି ଦିନ ଦ୍ୱାପର ଯୁଗ ଆରମ୍ଭ ହୋଇଥିବା ବିଶ୍ୱାସ ରହିଛି । ଶାସ୍ତ୍ର ଅନୁସାରେ, ଅଁଳା ନବମୀରେ ଅର୍ଜିତ ପୁଣ୍ୟର ଅନ୍ତ ନାହିଁ । କୁହାଯାଏ, ଆଜିର ଦିନ ଭଗବାନ ଶ୍ରୀବିଷ୍ଣୁ କୁଷ୍ମାଣ୍ଡକ ଦୈତ୍ୟକୁ ବଧ କରି୍ଥିଲେ । ଏହି କାରଣରୁ କୁଷ୍ମାଣ୍ଡ ଦାନଦ୍ୱାରା ଉତ୍ତମ ଫଳ ମିଳେ ବୋଲି ଲୋକବିଶ୍ୱାସ ରହିଛି । ଆଜିର ଦିନ ବିଧିବିଧାନର ସହ ତୁଳସୀ ବିବାହ କରାଇବା ଦ୍ୱାରା ମଧ୍ୟ କନ୍ୟାଦାନ ତୁଲ୍ୟ ଫଳ ମିଳିଥାଏ । ଅଁଳା ଭଗବାନ ବିଷ୍ଣୁଙ୍କର ପି୍ରୟ ଫଳ । ଏହି ବୃକ୍ଷରେ ସମସ୍ତ ଦେବୀଦେବତା ବାସ କରନ୍ତି । ତେଣୁ ଅଁଳା ବୃକ୍ଷ ପୂଜନ ବିଧି ବହୁ ପ୍ରାଚୀନ । ଏହି ଦିନ ପ୍ରାତଃ ସ୍ନାନପୂର୍ବକ ଅଁଳା ବୃକ୍ଷ ପୂଜା କରାଯାଏ । ପୂଜା ପରେ ବୃକ୍ଷ ମୂଳରେ କ୍ଷୀର ଢ଼ାଳି ପିତୃପୁରୁଷଙ୍କ ତର୍ପଣ କରାଯାଏ । ଏହା ପରେ ବୃକ୍ଷ ଶାଖାରେ ସୂତା ବାନ୍ଧି ଦିଆଯାଏ । ଶେଷରେ କର୍ପୂର, ଘିଅ ଦୀପରେ ବୃକ୍ଷର ଆଳତୀ କରାଯାଏ ।
Comments ସମସ୍ତ ମତାମତ