ମୁଖ୍ୟ ଖବର
ନୂଆଦିଲ୍ଲୀ: ବଲିଉଡ଼ର ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟର କିଛି ଦିନ ପୂର୍ବରୁ ଅର୍ଥାତ୍ ଜୁନ୍ ୮ରେ ତାଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମଧ୍ୟ ଆତ୍ମହତ୍ୟା କରିଥିଲେ । ସୁଶାନ୍ତଙ୍କ ପରି ଦିଶାଙ୍କ ମୃତୁ୍ୟ ମଧ୍ୟ ସନେ୍ଦହଘେରରେ । ଏନେଇ ଦିଶାଙ୍କ ଭାବିସ୍ୱାମୀ କିପରି ସୁରକ୍ଷା ସହିତ ବଞ୍ଚôପାରିବେ ସେନେଇ ବିଜେପି ବିଧାୟକ ନିତେଶ ରାଣେ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ପ୍ରଦାନ କରିଛନ୍ତି । ରାଣେ କହିଛନ୍ତି ମୁମ୍ବାଇରେ ଦିଶା ଏବଂ ରୋହନ ଏକାଠି ରହୁଥିଲେ ହେଁ ମୁମ୍ବାଇ ପୁଲିସ ରୋହନଙ୍କୁ କିଛି ବି ପଚାରିନଥିବା ଆଶ୍ଚର୍ଯ୍ୟଜନକ । ତେବେ ନିକଟରେ ତାଙ୍କୁ କିଛି ଅମାନବୀୟ ବ୍ୟକ୍ତି ଡରାଇବା ଘଟଣା ମାମଲାଟିକୁ ଅଧିକ ରହସ୍ୟ ଘେରକୁ ନେଇଯାଉଛି । ତେଣୁ ତାଙ୍କୁ ସୁରକ୍ଷା ଯୋଗାଇବା ନିତାନ୍ତ ଆବଶ୍ୟକ ସେ ଆହୁରି ମଧ୍ୟ କହିଛନ୍ତି ଯେ ଜୁହୁ ଠାରେ ଆୟୋଜିତ ହୋଇଥିବା ପାର୍ଟିରେ ଦିଶା ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଥିଲା । ଏହି ପାର୍ଟିରେ ତାଙ୍କ ପ୍ରତି ର୍ଦୁ-ବ୍ୟବହାର ହୋଇଥିବା ବେଳେ ସେ ସୁଶାନ୍ତଙ୍କୁ ଫୋନ କରିଥିଲେ । ଏ ଘଟଣାକୁ ନେଇ ସୁଶାନ୍ତ ମଧ୍ୟ ପଚରାଉଚୁରା କରିଥିଲେ । ସୂଚନାଯାୟୀ ମାଲାଦା ସ୍ଥିତ ବାସଭବନର ୧୪ଫ୍ଲୋରରୁ ଦିଶା ଡେଇଁପଡିଥିଲେ । ତେଣୁ ରୋହନଙ୍କୁ ଡାକି ପଚରାଉଚୁରା କରାଗଲେ ପ୍ରକୃତ ଦିଶା-ସୁଶାନ୍ତଙ୍କ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ରାଣେ କହିଛନ୍ତି ।
Comments ସମସ୍ତ ମତାମତ