ମୁଖ୍ୟ ଖବର
ଭୁବନେଶ୍ୱର : ରାଜ୍ୟର ୭ ଜଣ ବରିଷ୍ଠ ଓଏଏସଙ୍କୁ ସୋମବାର ଆଇଏଏସକୁ ପଦୋନ୍ନତି ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଦିଆଯାଇଥିବା ଏକ ପ୍ରସ୍ତାବକୁ ଭାରତ ସରକାରଙ୍କ କାର୍ମିକ ମନ୍ତ୍ରାଳୟ ସୋମବାର ଅନୁମୋଦନ ଦେଇଛି । ଖୁବଶୀଘ୍ର ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ ଓଏଏସରୁ ଆଇଏଏସ୍କୁ ପଦୋନ୍ନତି ପାଇବାକୁ ଥିବା ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ସାଧାରଣ ପ୍ରଶାସନ ବିଭାଗର ରବୀନ୍ଦ୍ର କୁମାର ସାହୁ, ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଶୁଭେନ୍ଦୁ କାନୁନଗୋ, ରାଜସ୍ୱ ବିଭାଗର ସ୍ୱତନ୍ତ୍ର ସଚିବ ଶଶଧର ନାୟକଙ୍କ ସହିତ ସୁଶାନ୍ତ ବାରିକ, ଡ.ଆର କେ ସାହୁ, ଉମାକାନ୍ତ ତି୍ରପାଠୀ ଓ ଚିତ୍ତ ରଞ୍ଜନ ମହାନ୍ତି ପ୍ରମୁଖ ଅନ୍ତର୍ଭୁକ୍ତ ।
Comments ସମସ୍ତ ମତାମତ