ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିକୁ ଦେଖି ସରକାର ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ନୂଆ କଟକଣା ଜାରି କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାରୀ ଅଫିସକୁ କର୍ମଚାରୀମାନଙ୍କ ଆସିବା ଉପରେ ସାଧାରଣ ପ୍ରଶାସନ ବିଭାଗ କଟକଣା ଜାରି କରିଛି । ଏଣିକି ପ୍ରତି ଶନିବାର ସମସ୍ତ ସରକାରୀ ଅଫିସ ବନ୍ଦ ରହିବ । ଏହା ସହିତ ପ୍ରତ୍ୟେକ ବିଭାଗରେ ଅଧା କର୍ମଚାରୀରେ କାର୍ଯ୍ୟ ତୁଲାଇବାକୁ ନିଦେ୍ର୍ଧଶନାମା ଜାରି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ ଜାରି କରିଥିବା ନିଦେ୍ର୍ଧଶାନାମା ଅନୁଯାୟୀ ଆସନ୍ତା ମାସକ ପାଇଁ ସମସ୍ତ ସରକାରୀ କର୍ମଚାରୀ ରୋଷ୍ଟର ଆଧାରରେ ଅଫିସ ଆସିବେ । ଗ୍ରୁପ ଏ ଅଧିକାରୀଙ୍କୁ ମିଶାଇ ସର୍ବମୋଟ ୫୦% କର୍ମଚାରୀ ଅଫିସରେ ଉପସ୍ଥିତ ରହିବେ । କିନ୍ତୁ ଏସଆରସି, ଓସଡମା, ପୁଲିସ ଥାନା, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା, ମହାନଗର ନିଗମ ଅଫିସ ଗୁଡ଼ିକରେ ଶତ ପ୍ରତିଶତ କର୍ମଚାରୀ ଅଫିସ ଆସିବେ । ଯେଉଁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଭିପିଏନ ବ୍ୟବସ୍ଥା ଯୋଗାଇ ଦିଆଯାଇଛି, ସେ ସବୁ କର୍ମଚାରୀମାନେ ଘରୁ କାମ କରିପାରିବେ । ଅତ୍ୟାବଶ୍ୟକ ପଡ଼ିଲେ ସରକାରୀ କାର୍ଯ୍ୟ ପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ ପଡ଼ିବ । ସେଥିପାଇଁ ସମସ୍ତ କର୍ମଚାରୀ ଟେଲିଫୋନ ଓ ମୋବାଇଲ ଫୋନ ଖୋଲା ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି ।
Comments ସମସ୍ତ ମତାମତ