ମୁଖ୍ୟ ଖବର
ବେଜିଂ: ଚୀନରେ ଆଜିଠାରୁ ବିଧିବଦ୍ଧଭାବେ ପଞ୍ଚମ ପିଢ଼ିର ବା ୫-ଜି ମୋବାଇଲ ଟେଲିଫୋନ ସେବା ଆରମ୍ଭ ହୋଇଛି । ବିଶ୍ୱର ଏହି ଜନବହୁଳ ଦେଶର ପ୍ରାୟ ୫୦ଟି ସହରରେ ଉକ୍ତ ସେବା ଆରମ୍ଭ ହୋଇଛି । ଚୀନର ୩ଟି ସରକାରୀ କମ୍ପାନି ଏହି ସେବା ଆରମ୍ଭ କରିଛନ୍ତି । ଦେଶର ସର୍ବବୃହତ୍ ମୋବାଇଲ ସେବା ପ୍ରଦାନକାରୀ କମ୍ପାନି ଚୀନ୍ ମୋବାଇଲ ଳିମିଟେଡ ବେଜିଂ, ସାଂଘାଇ ଏବଂ ସେନଝେନ୍ ସମେତ ୫୦ଟି ସହରରେ ଏହି ସେବା ଆରମ୍ଭ କରିଛି । ଗ୍ରାହକଙ୍କୁ ମାସିକ ସର୍ବନିମ୍ନ ୧୮ ଡଲାରରେ ଏହି ସେବା ପ୍ରଦାନ କରାଯାଉଛି ।
Comments ସମସ୍ତ ମତାମତ