ମୁମ୍ବାଇ: ୫ ମାସ ପରେ ଇଣ୍ଡିଆନ ପ୍ରିମିୟର ଲିଗ (ଆ ..."/> ମୁମ୍ବାଇ: ୫ ମାସ ପରେ ଇଣ୍ଡିଆନ ପ୍ରିମିୟର ଲିଗ (ଆ ...">
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

IPL

ମୁଖ୍ୟ ଖବର

    ଆଇପିଏଲରେ ନୂଆ ରେକଡର଼୍ କରିବେ ଧୋନି

    Share on :
    ajab-Image
    Date: Apr 7, 2021    Views: 2474

    ମୁମ୍ବାଇ: ୫ ମାସ ପରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଆରମ୍ଭ ହୋଇଥିବା ବେଳେ ଭାରତୀୟ କି୍ରକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଧ୍ୟ ପଡ଼ିଆକୁ ଫେରିଛନ୍ତି । ଗତ ବର୍ଷ ଧୋନି ବ୍ୟକ୍ତିଗତ ଭାବେ ବ୍ୟାଟିଂରେ ବିଫଳ ହୋଇଥିଲେ । ସେ ୧୪ଟି ମ୍ୟାଚରୁ ମୋଟ ୨୦୦ ରନ କରିଥିଲେ । ଏହା ସହ ତାଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ଖରାପ ପ୍ରଦର୍ଶନ କରିଥିଲା । ୨୦୨୦ ଆଇପିଏଲ ପୂର୍ବରୁ ସମସ୍ତଙ୍କୁ ଚକିତ କରି ଧୋନି ଆନ୍ତର୍ଜାତିକ କି୍ରକେଟରୁ ଅବସର ଘୋଷଣା କରିଥିଲେ । ୨୦୨୧ର ସଂସ୍କରଣ ୩୯ ବର୍ଷ ବୟସ୍କ ଧୋନିଙ୍କ ଜୀବନର ଅନ୍ତିମ ଆଇପିଏଲ ବୋଲି କ୍ରିକେଟ ପଣ୍ଡିତମାନେ ଭବିଷ୍ୟବାଣୀ କରି ସାରିଲେଣି । ତେଣୁ ଚେନ୍ନାଇ ୪ର୍ଥ ଆଇପିଏଲ ଟ୍ରଫି ଜିତାଇବା ଲାଗି ଧୋନି ପ୍ରାଣପଣେ ପ୍ରୟାସ କରିବେ । କେବଳ ଦଳକୁ ଟାଇଟଲ ଜିତାଇବା ପ୍ରସଙ୍ଗ ନୁହେଁ, ଆସନ୍ତା ଆଇପିଏଲରେ ଧୋନି ଏକାଧିକ ବ୍ୟକ୍ତିଗତ ମାଇଲଖୁଣ୍ଟ ପାରକରିବା ଦ୍ୱାରରେ ପହଞ୍ଚିଛନ୍ତି । 

    Maximum 500 characters

    Find Us on Facebook