Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

IPL

ମୁଖ୍ୟ ଖବର

    ଟପ-୩ ରେ ବ୍ୟାଟିଂ କରିବେ ସ୍ମିଥ

    Share on :
    ajab-Image
    Date: Apr 7, 2021    Views: 3026

    ମୁମ୍ବାଇ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟସମ୍ୟାନ ଷ୍ଟିଭେନ ସ୍ମିଥ ଦିଲ୍ଲୀ କ୍ୟାପିଟାଲସ ଦଳ ସଦସ୍ୟ ଅଛନ୍ତି । ସେ ଇତି ମଧ୍ୟରେ ଦଳରେ ଯୋଗ ଦେବା ସହ ଜୋରଦାର ଅଭ୍ୟାସ ଚଳାଇଛନ୍ତି । ଆସନ୍ତା ୧୦ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ । ଏହି ମ୍ୟାଚ ପୂର୍ବରୁ ମୁଖ୍ୟ କୋଚ ରିକି ପଣ୍ଟିଂ ଅଭିଜ୍ଞ ସ୍ମିଥଙ୍କ ବ୍ୟାଟିଂ କ୍ରମ ସ୍ପଷ୍ଟ କରି ଦେଇଛନ୍ତି । ସ୍ମିଥ ଟପ-୩ ମଧ୍ୟରେ ବ୍ୟାଟିଂ କରିବେ ବୋଲି ପଣ୍ଟିଂ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏଥର ଚୂଡାନ୍ତ ଏକାଦଶ ଚୟନ କରିବା କଷ୍ଟକର କାମ ହେବ । କାରଣ ଦଳରେ ମାର୍କସ ଷ୍ଟଇନିସ, କାଗିସୋ ରାବାଡ଼ା, ଆନରିଚ ନର୍ଜ ଓ ସ୍ମିଥଙ୍କ ଭଳି ତାରକା ବିଦେଶୀ ଖେଳାଳି ଅଛନ୍ତି । ସ୍ମିଥ ସବୁ ମ୍ୟାଚ ଖେଳିବାକୁ ସୁଯୋଗ ପାଇ ନପାରନ୍ତି । ଯଦି ତାଙ୍କୁ ସୁଯୋଗ ମିଳିବ ସେ ଟପ-୩ ମଧ୍ୟରେ ବ୍ୟାଟିଂ କରିବ ।

    Maximum 500 characters

    Find Us on Facebook