Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

IPL

ମୁଖ୍ୟ ଖବର

    ଏଥର ଆଇପିଏଲ ଖେଳିପାରିବେ କି ଅର୍ଜୁନ ତେନ୍ଦୁଲକର

    Share on :
    ajab-Image
    Date: Apr 7, 2021    Views: 2517

    ମୁମ୍ବାଇ : ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସହ ଖେଳି ଏଥର ଅଭିଯାନ ଆରମ୍ଭ କରିବ । ରୋହିତ ଶର୍ମାଙ୍କ ଏହି ଦଳର ଶୀର୍ଷକ୍ରମ ବେଶ ପ୍ରଭାବୀ ଥିବା ବେଳେ ମଧ୍ୟକ୍ରମ ମଧ୍ୟ ଖୁବ ଦୃଢ଼ ରହିଛି । ଏପରିକି ଯଶପ୍ରୀତ ବୁମରାଙ୍କ ଏକାଦଶ ସ୍ଥାନରେ ସୁଯୋଗ ମିଳିବ । ଫଳରେ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନଙ୍କ ସମେତ ପ୍ରାୟ ୫ ଜଣ ଏଥର ଆଇପିଏଲରେ ଖେଳିବାର ସୁଯୋଗ ପାଇବା ଆଶଙ୍କା ବଢ଼ିଛି । ଏହି ୫ ଜଣଙ୍କ ମଧ୍ୟରେ ଅର୍ଜୁନଙ୍କ ସମେତ ଆଦିତ୍ୟ ତାରେ, ସୌରଭ ତିୱାରି, ମୋହସିନ ଖାନ ଏବଂ ଯୁଦ୍ଧବୀର ଚରକଙ୍କ ନାମ ଆସୁଛି । ଏମାନେ ସମ୍ଭବତଃ ଋତୁ ସାରା ଚୂଡାନ୍ତ ଏକାଦଶ ବାହାରେ ବସି ରହିବେ । ଅର୍ଜୁନ ପ୍ରଥମ ଥର ଲାଗି ଆଇପିଏଲରେ ସାମିଲ ହୋଇଛନ୍ତି । ଘରୋଇ କି୍ରକେଟରେ ଯଥେଷ୍ଟ ଅଭିଜ୍ଞତା ରଖିନଥିବାରୁ ଆଇପିଏଲରେ ଗୋଟିଏ ହେଲେ ମ୍ୟାଚ ଖେଳି ନ ପାରନ୍ତି । ତଥାପି ଟ୍ରେଣ୍ଟ ବୋଲଟ ଓ ଜାହିର ଖାନଙ୍କ ସହ ମୁମ୍ବାଇ ଡ୍ରେସିଂ ରୁମର ଅଂଶବିଶେଷ ରହି ଯଥେଷ୍ଟ ଶିଖିପାରିବାର ସୁଯୋଗ ପାଇବେ । ସେହିପରି କ୍ୱିଣ୍ଟନ ଡି.କକ ଓ ଇଶାନ କିଶନ ଶୀର୍ଷକ୍ରମରେ ରହିଥିବାରୁ ତାରେଙ୍କୁ ସ୍ଥାନ ମିଳିବା ସମ୍ଭାବନା କମ୍ । ଯଦି କେହି ଆହତ ହୁଅନ୍ତି ତା ହେଲେ ଆଶା ରହିବ । ତାରେ ଘରୋଇ ପ୍ରତିଯୋଗିତାରେ ଢେ଼ର ଅଭିଜ୍ଞ । ତଥାପି ଆଇପିଏଲରେ ଋତୁ ସାରା ବାହାରେ ବସିବାକୁ ପଡ଼ିପାରେ ।

    Maximum 500 characters

    Find Us on Facebook