ମୁଖ୍ୟ ଖବର
ଚେନ୍ନାଇ: ୩ ଥର ଆଇପିଏଲ ଚମ୍ପିଆନ ହୋଇଥିବା ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ର ପ୍ରମୁଖ ଫାଷ୍ଟବୋଲର ଜୋସ ହାଜେଲଉଡ ସପ୍ତାହକ ତଳେ ଆଇପିଏଲରୁ ଓହରି ଯାଇଛନ୍ତି । କ୍ଲାନ ଅନୁଭବ କରୁଥିବାରୁ ବିଶ୍ରାମ ନେବା ଓ ପରିବାର ସହ ସମୟ ବିତାଇବା ଲାଗି ହାଜେଲଉଡ ଏହି ନିଷ୍ପତ୍ତି ନେଇଛନ୍ତି । ପୁଣି ଆଗକୁ ଆସେସ ସିରିଜ ଓ ଟ୍ୱେଣ୍ଟି ୨୦ ବିଶ୍ୱକପ ଥିବାରୁ ୨ ମାସ ଧରି ଆଇପିଏଲ ଖେଳିବାକୁ ହାଜେଲଉଡ଼ ମନା କରି ଦେଇଥିଲେ । ସିଏସକେ ଅଷ୍ଟ୍ରେଲିଆର ଏହି ଫାଷ୍ଟବୋଲରଙ୍କ ବଦଳ ଖେଳାଳି ଖୋଜିବା ପାଇଁ ନାକେଦମ ହୋଇସାରିଲାଣି । ତେବେ ଜାଣିବାକୁ ମିଳୁଛି ଯେ ଅଷ୍ଟ୍ରେଲିଆର ଫାଷ୍ଟବୋଲର ବିଲି ଷ୍ଟାନଲେକ ଓ ଇଂଲଣ୍ଡର ବାମହାତି ପେସ ବୋଲର ରିସ ଟପଲିଙ୍କୁ ହାଜେଲଉଡଙ୍କ ସ୍ଥାନରେ ଖେଳିବା ପାଇଁ ପ୍ରସ୍ତାବ ଦେଇଥିଲା । ହେଲେ ଦୁହେଁ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛନ୍ତି । ଏବେ ସିଏସକେ ଅନ୍ୟ ପେସ ବୋଲରଙ୍କୁ ଖୋଜିବାରେ ଲାଗିଛି ଏବଂ କିଛି ବୋଲରଙ୍କୁ ଏହା ପ୍ରସ୍ତାବ ଦେଇଥିଲେ ହେଁ ସେମାନେ ମଧ୍ୟ ଖେଳିବାକୁ ମନା କରି ଦେଇଛନ୍ତି ।
Comments ସମସ୍ତ ମତାମତ 0